Categories: ଖେଳ

‘ମେଜର ଲିଗ କ୍ରିକେଟ’ର ପ୍ରଥମ ସିଜିନ ଚାମ୍ପିଅନ୍‌ ହେଲା ମୁମ୍ବାଇ

ନ୍ୟୁୟର୍କ,୩୧।୭: ଆମେରିକାରେ ଆରମ୍ଭ ହୋଇଥିବା ନୂଆ ଟି-୨୦ ଲିଗ ‘ମେଜର ଲିଗ କ୍ରିକେଟ’ର ପ୍ରଥମ ସିଜିନରେ ମୁମ୍ବାଇ ନ୍ୟୁୟର୍କ ଚାମ୍ପିଅନ୍‌ ହୋଇଛି। ଫାଇନାଲରେ ସିଆଟେଲ ଅର୍କାସକୁ ୭ ଉଇକେଟରେ ପରାସ୍ତ କରିଛି ମୁମ୍ବାଇ। ମୁମ୍ବାଇ ନ୍ୟୁୟର୍କ ପାଇଁ ଅଧିନାୟକ ନିକୋଲାସ ପୁରନ ବିସ୍ଫୋରକ ଇନିଂସ ଖେଳିଥିଲେ। ସେ ମାତ୍ର ୪୦ ବଲରେ ଶତକ ହାସଲ କରିଥିଲେ। ୫୫ ବଲରୁ ୧୩୭ ରନ ସ୍କୋର କରି ପୁରନ ଅପରାଜିତ ରହିଥିଲେ। ସେ ତାଙ୍କ ଇନିଂସରେ ୧୦ ଚୌକା ଓ ୧୩ ଛକା ମାରିଥିଲେ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ ରେଟ୍‌ ୨୪୯.୦୯ ଥିଲା।
ମେଜର ଲିଗ କ୍ରିକେଟର ପ୍ରଥମ ସିଜନରେ ନିକୋଲାସ ପୁରନ ସର୍ବାଧିକ ରନ ସ୍କୋରର। ସେ ୩୮୮ ରନ ସ୍କୋର କରିଥିଲେ। ଏହି ଟୁର୍ନାମେଣ୍ଟରେ ୬ଟି ଦଳ ଅଂଶଗ୍ରହଣ କରିଥିଲେ।

Share