Categories: ବାଣିଜ୍ୟ

ଆଜି ଖୋଲିବ ଏମ୍‌ଏମ୍‌ଏଲ୍‌ର ଆଇପିଓ

ଭୁବନେଶ୍ୱର,୧୮।୧୨: ମୁଥୁଟ୍‌ ମାଇକ୍ରୋଫିନ୍‌ ଲିମିଟେଡ୍‌ (ଏମ୍‌ଏମ୍‌ଏଲ୍‌)ର ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ଚଳିତବର୍ଷ ଡିସେମ୍ବର ୧୮ରେ ଖୋଲିବ। ଏପରି କି ଏହି ଅଫର ୨୦୨୩ ଡିସେମ୍ବର ୨୦ରେ ବନ୍ଦ ହେବ। ବିଶେଷ କରି ଏହାର ଆଙ୍କର ନିବେଶକମାନେ ୨୦୨୩ ଡିସେମ୍ବର ୧୫ରେ ବିଡ୍‌ ଦାଖଲ କରିଛନ୍ତି। ସେହିଭଳି ଉକ୍ତ ଇକ୍ୱିଟି ଶେୟାରର ମୂଲ୍ୟ ୨୭୭ରୁ ୨୯୧ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ଏପରି କି ସର୍ବନିମ୍ନ ୫୧ଟି ଇକ୍ୱିଟି ଶେୟାର ପାଇଁ ବିଡ୍‌ ଦାଖଲ କରାଯାଇପାରିବ ଏବଂ ଏହା ପରେ ୫୧ଟି ଲେଖାଏ ଇକ୍ୱିଟି ଶେୟାର ଗୁଣିତକ ଭାବେ ଯୋଡ଼ାଯାଇପାରିବ। ଉକ୍ତ ଆଇପିଓ ଜରିଆରେ ୯୬୦କୋଟି ଟଙ୍କା ହାସଲ କରିବାକୁ କମ୍ପାନୀ ଯୋଜନା ରଖିଛି। ଏଥିରେ ୭୬୦କୋଟି ଟଙ୍କାର ନୂଆ ଶେୟାର ଜାରି କରାଯିବ ଏବଂ ଅଫର ଫର୍‌ ସେଲ୍‌ରେ ୨୦୦କୋଟି ଟଙ୍କା ହାସଲ କରାଯିବ।

Share