ଆଇସିସି ଓ୍ବାଲର୍‌ଡକପ୍‌ ୨୦୨୩: ମ୍ୟାଚ୍‌କୁ ନେଇ ଭାଜପା ଏବଂ ଶିବସେନାକୁ ଟାର୍ଗେଟ କଲା ଏମଏନସି, କହିଲେ, ମ୍ୟାଚ୍‌ ଭାରତ ମାଟିରେ ଖେଳାଯିବା ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ,୨୯।୬:ଆଇସିସି ଓ୍ବାଲର୍‌ଡକପ୍‌ ୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହାର ପ୍ରଥମ ମ୍ୟାଚ ଅକ୍ଟୋବର ୨ରେ ଗୁଜରାଟର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ତେବେ କାର୍ଯ୍ୟସୂଚୀ ଅନୁଯାୟୀ ଅକ୍ଟୋବର ୧୫ରେ ଏହି ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ ଅନୁଷ୍ଠିତ ହେବ। ତେବେ ଏନେଇ ବିବାଦ ତେଜିବାରେ ଲାଗିଛି। ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନସି) ଭାରତ-ପାକିସ୍ତାନ ମ୍ୟାଚକୁ ବିରୋଧ କରିଛି।

ଏମଏନସି ନେତା ସନ୍ଦୀପ ଦେଶପାଣ୍ଡେ ଟ୍ବିଟ କରି କହିଛନ୍ତି ଯେ, ଭାରତ ବନାମ ପାକିସ୍ଥାନ ମ୍ୟାଚ ଭାରତୀୟ ମାଟିରେ ହେବା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ। ଶ୍ରୀ ବାଲାସାହେବ ଠାକରେ ମଧ୍ୟ ଏହି ଜିନିଷ ଗ୍ରହଣ କରନ୍ତି ନାହିଁ। ଏହି ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବା ଗ୍ରହଣୀୟ ନୁହେଁ। ଏଥିରେ ଭାଜପା ଏବଂ ଶିବସେନାର ଭୂମିକା କ’ଣ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଉଦ୍ଧବ ବାଲାସାହେବ ଠାକରେଙ୍କୁ ପ୍ରଶ୍ନ ପଚାରୁ ନାହାନ୍ତି କାରଣ ସେ ହିନ୍ଦୁତ୍ୱ ଛାଡିଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ଏବଂ ବିସିସିଆଇକୁୁ ଭାରତ ବିପକ୍ଷରେ ଖେଳାଯାଇଥିବା ମ୍ୟାଚର ସ୍ଥାନ ପରିବର୍ତ୍ତନ କରିବାକୁ ଦାବି କରିଥିଲା ଯାହାକୁ ଆଇସିସି ଏବଂ ବିସିସିଆଇ ପ୍ରତ୍ୟାଖ୍ୟାନ କରଛନ୍ତି।

Share