Categories: ଜାତୀୟ

ରାଜ ଠାକରେ ଅସୁସ୍ଥ

ମୁମ୍ବାଇ,୩୧ ।୫: ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ମଙ୍ଗଳବାର ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କୁ ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଧବାର ତାଙ୍କର ସର୍ଜରୀ ହେବ ବୋଲି ଜଣାପଡିଛି । ଏମଏନଏସର ଜଣେ ନେତା କହିଛନ୍ତି ଯେ ଚଳିତ ମାସ ଆରମ୍ଭରୁ ରାଜ ଠାକରେ କହୁଥିଲେ ଯେ ଆଣ୍ଠୁ ଓ ପିଠି ଯନ୍ତ୍ରଣା ଯୋଗୁ ତାଙ୍କର ସର୍ଜରୀ କରାଯିବ । ଏମଏନଏସ ନେତା ନିତିନ ସରଦେଶାଇ କହିଛନ୍ତି ଠାକରେଙ୍କର ହିପ୍ ସର୍ଜରୀ ହେବ । ସୂଚନାଯୋଗ୍ୟ, ରବିବାର ୨୨ ମେ’ରେ ପୁଣେର ଏକ ରାଲିରେ ଯୋଗଦେଇଥିବା ସମୟରେ ସେ ତାଙ୍କ ହିପ ସମସ୍ୟା ସମ୍ପର୍କରେ କହିଥିଲେ । ଏବେ ତାଙ୍କର ହିପ ସର୍ଜରୀ କରିବାକୁ ପଡିବାରୁ ଆଗକୁ ଥିବା ତାଙ୍କର ଅଯୋଧ୍ୟା ଯାତ୍ରାକୁ ସ୍ଥଗିତ ରଖିଛନ୍ତି । ରାଜ ଠାକରେ କହିଥିଲେ ଜୁନରେ ତାଙ୍କର ହିପ ସର୍ଜରୀ କରିବାକୁ ଥିବରୁ ସେ ସମସ୍ତ ଯାତ୍ରାକୁ ସ୍ଥଗିତ ରଖିଛନ୍ତି ।

Share