Categories: ଜାତୀୟ

ଶିବସେନା ଭବନ ବାହାରେ ହନୁମାନ ଚାଳିଶା ବଜାଇଲା ମହାରାଷ୍ଟ୍ର ନବ ନିର୍ମାଣ ସେନା

ମୁମ୍ବାଇ,୧୦ ।୪: ମହାରାଷ୍ଟ୍ରରେ ଅଜାନ ବିବାଦ ବେଳକୁ ବେଳ ବଢିବାରେ ଲାଗିଛି । ରାଜନୀତିରେ ଉଚିତ ସ୍ଥ।।ନ ପାଇବାକୁ ବ୍ୟାକୁଳ ହେଉଥିବା ମହାରାଷ୍ଟ୍ର ନବ ନିର୍ମାଣ ସେନା ମସଜିଦର ଅଜାନ ଶବ୍ଦକୁ ନେଇ ବିରୋଧ ପ୍ରଦର୍ଶନ କରିଛି । ମହାରାଷ୍ଟ୍ର ନବ ନିର୍ମାଣ ସେନା ନେତା ରବିବାର ମୁମ୍ବାଇ ଦାଦର ଅଞ୍ଚଳରେ ଥିବା ଶିବାସନା ଭବନ ବାହାରେ ଲାଉଡ ସ୍ପିକର ଲଗାଇ ହନୁମାନ ଚାଳିଶା ପାଠ କରିଛନ୍ତି । ଏହା ଜଣାପଡିବା ପରେ ସଙ୍ଗେ ସଙ୍ଗେ ପୁଲିସ ଲାଉଡ ସ୍ପିକର ବନ୍ଦ କରିବା ସହ ମହାରାଷ୍ଟ୍ର ନବ ନିର୍ମାଣ ସେନା କର୍ମୀକୁ ଅଟକ ରଖି ପଚରା ଉଚରା କରୁଛି ।

Share