ଯାତ୍ରୀଙ୍କ ଅଭିଯୋଗ: ବସ୍‌ରୁ ତଳକୁ ଠେଲିଦେଲେ ‘ମୋ ବସ୍‌’ କର୍ମଚାରୀ

ଭୁବନେଶ୍ବର, ୩୧।୩(ବ୍ୟୁରୋ): ହଂସପାଳ ନିକଟରେ ଚଳନ୍ତା ବସରୁ ଜଣେ ଯାତ୍ରୀଙ୍କୁ ତଳକୁ ଠେଲି ଦେଲେ ‘ମୋ ବସ’ କର୍ମଚାରୀ। ବସ୍‌ କର୍ମଚାରୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଯାତ୍ରୀ। ଭଡ଼ାକୁ କେନ୍ଦ୍ରକରି ବଚସାକୁ ନେଇ ଭୁବନେଶ୍ୱର ହଂସପାଳ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ଯାତ୍ରୀ ତଳେ ପଡ଼ିଯିବାରୁ ତାଙ୍କ ଗୋଡ଼ ଉପରେ ଚଢ଼ିଗଲା ବସ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଭିଯୋଗ ଅନୁସାରେ, ବାଲିଅନ୍ତା ଡିହ ବାଲିଅନ୍ତାର ନିର୍ମଳେନ୍ଦୁ ପରିଡ଼ା ନାମକ ବ୍ୟକ୍ତି ହଂସପାଳ ଛକରେ ଓହ୍ଲାଇବା ପାଇଁ ଖାରବେଳନଗରରୁ ୧୭ ନମ୍ବର ‘ମୋ ବସ’ ରେ ଚଢ଼ିଥିଲେ । ହେଲେ ବସ ଭିତରେ ଟିକେଟ ପଇସା ଫେରସ୍ତ ନେଇ ଯୁକ୍ତି ତର୍କ ହୋଇଥିଲା । ଏହାପରେ ସେ ଓହ୍ଲାଇବା ବେଳେ ତାଙ୍କୁ ବସ କର୍ମଚାରୀ ଠେଲି ଦେଇଥିଲେ ବୋଲି ଅଭିଯୋଗ ହୋଇଛି ।

Share