କଟକ, ୨୭।୨: ‘ମୋ ବସ୍’ ଜନିତ ଦୁର୍ଘଟଣା ଜାରି ରହିଛି। କଟକର ଗଣେଶ ଘାଟ ନିକଟରେ ଘଟିଥିବା ଦୁର୍ଘଟଣାରେ ଜଣେ ଅଟୋ-ରିକ୍ସା ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦାମାନେ ଚିନ୍ତା ପ୍ରକାଶ କରିଛନ୍ତି। ମୋ ବସ୍ ଡ୍ରାଇଭରଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରି ତାଙ୍କୁ ବେପରୁଆ ଗାଡ଼ି ଚାଳନା କରିଥିବା ଅଭିଯୋଗ କରିଛନ୍ତି।
ରିପୋର୍ଟ ଅନୁଯାୟୀ, ଆଖପାଖର ପ୍ରତ୍ୟକ୍ଷଦର୍ଶୀମାନେ ଦୁର୍ଘଟଣା ପରେ ଆହତ ଡ୍ରାଇଭରଙ୍କୁ ଜରୁରୀ ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ମୋ ବସ୍ ସେବାର କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କରେ କୌଣସି ଆନୁଷ୍ଠାନିକ ବିବୃତ୍ତି ଜାରି କରିନାହାଁନ୍ତି। ଏପରି ଦୁର୍ଘଟଣାର ବାରମ୍ବାର ଘଟୁଥିବା ବେଳେ ଡ୍ରାଇଭର ମାନେ ସୁଧୁରୁ ନାହାନ୍ତି।
“ଦୁର୍ଘଟଣା ଘଟିବା ସମୟରେ ମୋ ବସ୍ ଘଣ୍ଟା ପ୍ରତି ପ୍ରାୟ ୬୦-୭୦ କିଲୋମିଟର ବେଗରେ ଚାଲୁଥିଲା। ଅଟୋ-ରିକ୍ସା ଡ୍ରାଇଭରଙ୍କ ଗୋଡ ଏବଂ ହାତରେ ଗୁରୁତର ଆଘାତ ଲାଗିଛି। ଆମେ ତୁରନ୍ତ ଡ୍ରାଇଭରଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲୁ। ମୋ ବସ୍ରେ ଗତି ନିୟନ୍ତ୍ରଣ ହେବା ଉଚିତ,” କଟକର ବାସିନ୍ଦା ଦେବେନ୍ଦ୍ର ନାୟକ କହିଛନ୍ତି।
“ମୋ ବସ୍ ଡ୍ରାଇଭରମାନେ କୌଣସି ସଡ଼କ ସୁରକ୍ଷା ନିୟମ ପାଳନ କରୁନାହାଁନ୍ତି। ଗୋଟିଏ ଦିନ ପୂର୍ବରୁ କଟକରେ ଏକ ମୋ ବସ୍ ଦୁର୍ଘଟଣାରୁ ଜଣେ ଝିଅ ଅଳ୍ପକେ ରକ୍ଷା ପାଇଯାଇଥିଲା। କଟକର ସଂକୀର୍ଣ୍ଣ ରାସ୍ତାରେ ଗାଡ଼ି ଚଲାଇବା ସମୟରେ ଡ୍ରାଇଭରମାନେ ସତର୍କ ରହୁ ନାହାନ୍ତି। ସେମାନେ ଦ୍ରୁତ ଗତିରେ ବସ୍ ଚଲାଉଛନ୍ତି ଏବଂ ଫଳସ୍ୱରୂପ ଏତେ ଦୁର୍ଘଟଣା ଘଟୁଛି କହି କଟକର ଆଉ ଜଣେ ବାସିନ୍ଦା ଦୁଃଖ ପ୍ରକାଶ କରିଛନ୍ତି।