ଏହିସବୁ ରୁଟ୍‌ରେ ସବୁଦିନ ଚାଲିବ ମୋ’ ବସ୍‌

ଭୁବନେଶ୍ୱର, ୧।୯(ବ୍ୟୁରୋ): ଏଣିକି ସପ୍ତାହର ସମସ୍ତ ୭ ଦିନ ଚାଲିବ ‘ମୋ ବସ୍‌’। ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି କ୍ରୁଟ୍‌ ତଥା ଓଏସ୍‌ଆର୍‌ଟିସି ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା। ଅଧିକ ଡିମାଣ୍ଡ ଥିବା ୮ ଟି ରୁଟ୍‌ରେ ସପ୍ତାହର ସବୁଦିନ ‘ମୋ ବସ୍‌’ ଚଳାଚଳ କରିବ। ଏହି ରୁଟ୍‌ଗୁଡିକ ହେଲା ୧୧, ୧୬, ୧୮, ୨୦, ୨୩, ୨୪, ୨୫ ଓ ୩୩।
ତେବେ ଏଥିପାଇଁ କିଛି କଡ଼ା ନିୟମ କରାଯାଇଛି। ଯାତ୍ରୀମାନେ ମାସ୍କ ପିନ୍ଧିବା ଜରୁରୀ। ଛିଡ଼ାହୋଇ କେହି ଯାଇପାରିବେ ନାହିଁ। ସେହିପରି ଡିଜିଟାଲ ପେମେଣ୍ଟ କରିବେ। ଅନ୍ୟପକ୍ଷରୁ ବୁଧବାରଠାରୁ ୨୪ଟି ରୁଟ୍‌ରେ ଓଏସ୍‌ଆର୍‌ଟିସି ବସ୍‌ ଚଳାଚଳ କରିବ ବୋଲି ବୋଥ୍ରା ସୂଚନା ଦେଇଛନ୍ତି।

Share