ନୟାଗଡ଼ ଅଫିସ,୨୭।୩ : ନୟାଗଡ ରିଜର୍ଭ ଅଫିସରେ ୨୦୧୫ରେ ହୋଇଥିବା ମାଓବାଦୀ ଆକ୍ରମଣ ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ନୟାଗଡ଼ ଜିଲା ଓ ଦୌରାଜଜ ଏହି ମାମଲାର ବିଚାର କରି ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସବ୍ୟସାଚୀ ପଣ୍ଡାଙ୍କ ସମେତ ଅନ୍ୟ ୨ ଜଣ ମଞ୍ଜୁଲତା ମୁଦୁଲି ଏବଂ ପ୍ରତାପ କିମ୍ବିକା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।
ଜିଲାର ବିଭିନ୍ନ ସ୍ଥାନରେ ମାଓବାଦୀ ଆକ୍ରମଣ ଘଟଣାର ୯ଟି ମାମଲାରୁ ସବ୍ୟସାଚୀ ୫ଟିରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ଅନ୍ୟ ୪ଟି ମାମଲା ଏବେ ବିଚାରାଧୀନ ରହିଛି।