ଶ୍ରୀମନ୍ଦିରରେ ମୁତୟନ ଥିବା ପୋଲିସ କର୍ମଚାରୀଙ୍କୁ ମୋବାଇଲ ମନା

ପୁରୀ ଅଫିସ,୨୫।୧୧: ଶ୍ରୀମନ୍ଦିରରେ ମୁତୟନ ହୋଇଥିବା ହୋମ୍‌ ଗାର୍ଡ,ଓଏସ୍‌ଏପି ଯବାନ ସମେତ ପୋଲିସ କର୍ମଚାରୀଙ୍କୁ ମୋବାଇଲ୍‌ ବାରଣ କରାଯାଇଛି। ସୋସିଆଲ ମିଡିଆରେ ଶ୍ରୀମନ୍ଦିରର ଫଟୋ, ଭିଡିଓ ଭାଇରାଲ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। କେବଳ ସିନିଅର ଅଫିସରଙ୍କୁ ମୋବାଇଲ ନେବାକୁ ଅନୁମତି ରହିଛି। ପରୀ ଏସ୍‌ପି କନଓ୍ବର ବିଶାଲ ସଂ ଏ ନେଇ ଶୁକ୍ରବାର ସୂଚନା ଦେଇଛନ୍ତି।
ଶ୍ରୀମନ୍ଦିରରେ ଶହ ଶହ ପୋଲିସ ପହରା ଦେଉଥିବା ବେଳେ ସତ୍ତ୍ୱେ ମହାପ୍ରଭୁଙ୍କ ଫଟୋ, ଭିଡିଓ ଭାଇରାଲ ହେଉଛି। ଏହି ଘଟଣା ପ୍ରଥମଥର ଘଟିନାହିଁ। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି। ଏହାକୁ ନେଇ ସିଂହଦ୍ବାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଥିଲା।

Share