ଛତ୍ରପୁର,୯।୭(ଡି.ଏନ୍.ଏ.): ଗଞ୍ଜାମ ଜିଲରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ସ୍ବାବ ସଂଗ୍ରହ ଓ କରୋନା ଟେଷ୍ଟିଂ ବୃଦ୍ଧି ନେଇ ଜିଲା ପ୍ରସାଶନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ଜିଲାରେ ମୋବାଇଲ ସ୍ବାବ ସଂଗ୍ରହ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି ମ୍ୟୁନିସିପାଲିଟିରୁ ଗୁରୁବାର ଆରମ୍ଭ ହୋଇଛି। ଏଠାରେ ୫ ଦିନ ଶଟ୍ଡାଉନ କରାଯାଇଛି। କରୋନା ଲକ୍ଷଣ ଥିବା ଲୋକଙ୍କ ଟେଷ୍ଟିଂ ବୃଦ୍ଧି ପାଇଁ ଏହି ବ୍ୟବସ୍ଥା ହୋଇଛି। ଲୋକଙ୍କୁ ଟେଷ୍ଟିଂ ପାଇଁ ହସ୍ପିଟାଲ ଆସିବାକୁ ପଡିବନି ବୋଲି କୁହାଯାଇଛି। ଜିଲା ଅନ୍ୟ ସ୍ଥାନରେ ମଧ୍ୟ ଏହି ବ୍ୟବସ୍ଥା କରାଯିବ।
ଅପରପକ୍ଷରେ ତୁରନ୍ତ କରୋନା ରିପୋର୍ଟ ପାଇଁ ଜିଲାରେ ଆଣ୍ଟିଜେନ କିଟ୍ ଟେଷ୍ଟିଂ ଚାଲିଛି ଜିଲାକୁ ପ୍ରଥମ ପର୍ଯ୍ୟାୟରେ ୨୫୦୦ କିଟ୍ ଆସିଥିବା ସୂଚନା ଦିଆଯାଇଛି।