ବଢ଼ିପାରେ ମୋବାଇଲ ଟାରିଫ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୭।୨: ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷଠାରୁ ମୋବାଇଲ ଟାରିଫ୍‌ ପ୍ଲାନ୍‌ ବଢ଼ିବାର ସମ୍ଭବାନା ରହିଛି। ୨୦୨୧ ଏପ୍ରିଲ୍‌ଠାରୁ ଏଭଳି ହୋଇପାରେ ବୋଲି ଇନଭେଷ୍ଟମେଣ୍ଟ୍‌ ଇନଫରମେଶନ୍‌ ଆଣ୍ଡ୍‌ କ୍ରେଡିଟ୍‌ ରେଟିଂ ଏଜେନ୍ସି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି। ମୋବାଇଲ ଅପରେଟର କମ୍ପାନୀଗୁଡ଼ିକର ୨ଜି ସେବାକୁ ୪ଜିରେ ଅପଗ୍ରେଡ୍‌ କରିବା ଦ୍ୱାରା ୟୁଜରଙ୍କ ଉପରେ ହାରାହାରି ରାଜସ୍ବ ବୋଝ ଲଦିହେବା ବୋଲି ଏଥିରେ ଦର୍ଶାଯାଇଛି। ଟେଲିକମ୍‌ କମ୍ପାନୀ ଗୁଡ଼ିକର ଏହି ପଦକ୍ଷେପ ଯୋଗୁ ଆସନ୍ତା ୨ବର୍ଷ ମଧ୍ୟରେ ରାଜସ୍ବରେ ୧୧ରୁ ୧୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଛି। ସେହିପରି ୨୦୨୨ ଆର୍ଥିକ ବର୍ଷରେ ଅପରେଟିଂ ମାର୍ଜିନ୍‌ରେ ୩୮ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି।