ବ୍ୟାଙ୍କକ୍, ୨୦।୫: ବାତ୍ୟା ମୋଚା ପ୍ରଭାବରେ ମ୍ୟାନ୍ମାରରେ ଅଦ୍ୟାବଧି ୧୪୫ ଜଣଙ୍କ ପ୍ରାଣହାନି ଘଟିଛି। ମୃତକଙ୍କ ମଧ୍ୟରେ ୧୧୭ ରୋହିଙ୍ଗ୍ୟା ମୁସଲମାନ ରହିଛନ୍ତି। ମ୍ୟାନ୍ମାରର ରାଖିନରେ ମୋଚା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟାଇଥିବାବେଳେ ଅନ୍ୟ ଅଞ୍ଚଳରେ ବାତ୍ୟା ଯୋଗୁ କେତେଜଣ ପ୍ରାଣ ହରାଇଛନ୍ତି ସେ ନେଇ ମ୍ୟାନ୍ମାର ଆର୍ମି ଶାସକଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଅନ୍ୟପକ୍ଷେ ବାତ୍ୟାରେ ଦେଶରେ ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ସେନା ପକ୍ଷରୁ ଖଣ୍ଡନ କରାଯାଇଛି।