ନିଜ ପ୍ରାଇଭେଟ ପାର୍ଟକୁ ଗୁଳି ଚଳାଇଲେ ମଡେଲ, କାରଣ ଜାଣିଲେ…

ଓ୍ବାଶିଂଟନ,୨୬ା୧୧: ଆମେରିକାର ଜର୍ଜିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାକାର ଜଣେ ମଡେଲ ନିଜ  ପ୍ରାଇଭେଟ ପାର୍ଟକୁ ଶୁଟ୍‌ କରି ଦେଇଛନ୍ତି । ମଡେଲ ଜଣଙ୍କ ହାତରେ ବନ୍ଧୁକ ଧରି ଏକ ଭିଡିଓ ଶୁଟିଂ କରୁଥିଲେ, ସେହି ସମୟରେ ଏହି ଅଘଟଣ ତାଙ୍କ ସହ ଘଟିଥିଲା।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମଡେଲଙ୍କୁ ଉଦ୍ଧାର କରିବା ସହ ବନ୍ଧୁକ ଜବତ କରିଛି। ମଡେଲ ଜଣଙ୍କ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଏନେଇ ମଡେଲ ଜଣକ କହିଛନ୍ତି, ସେ ଜାଣି ନ ଥିଲେ ବନ୍ଧୁକରେ ଗୁଳି ଅଛି ବୋଲି। ତାଙ୍କ ଭୁଲ୍‌ ପାଇଁ ଏପରି ଘଟିଥିବା ସେ ସ୍ବୀକାର କରିଛନ୍ତି। ସେ ଉଦ୍ଦେଶ୍ୟମୂଳକ ଭାବେ ଏପରି କରିନାହାନ୍ତି।

ମହିଳା ଜଣଙ୍କ ନିଜ ଉପରକୁ ଚଳାଇଥିବା ଗୁଳିଟି ୯ ମିମିର ଥିଲା। ଗୁଳିଟି ତାଙ୍କ ଶରୀର ଭେଦ କରିପାରିନାହିଁ।  ମଡେଲ ଏହି ଶୁଟିଂ ବେଳେ ଭିଡିଓ ରେକର୍ଡିଂ କରୁଥିଲେ ନା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲାଇଭ୍‌ରେ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ। ଏନେଇ ଆହୁରି ତଦନ୍ତ ଚାଲିଛି।

Share