Categories: ଜାତୀୟ

ମଡେଲଙ୍କୁ ବଳାତ୍କାର

ମୁମ୍ବାଇ,୧ା୬: ଜଣେ ମଡେଲଙ୍କୁ ବଳାତ୍କାର କରିବା ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୁମ୍ବାଇରେ ରହୁଥିବା ୨୩ ବର୍ଷୀୟା ମଡେଲଙ୍କୁ ଅଭିଯୁକ୍ତ ବିବାହ ପ୍ରତିଶ୍ରୁତି ଦେଇ ଧର୍ମ ପରିବର୍ତ୍ତନ କରିବା ବାଧ୍ୟ କରିଥିଲେ।
ପୀଡ଼ିତା ମଡେଲ ନିଜ ଏତଲାରେ ଅଭିଯୋଗ ଆଣିଛନ୍ତି, ୨୦୨୦ରେ ସେ ୪୦ ବର୍ଷୀୟ ତନବୀର ଅଖତର ଲାଖେ ଖାନ୍‌ଙ୍କ ମଡେଲିଂ ଏଜେନ୍ସିରେ ଯୋଗଦେଇଥିଲେ। ସେତେବେଳେ ଅଭିଯୁକ୍ତ ନିଜ ନାମ ୟଶ ବୋଲି କହିଥିଲେ। ୪ ମାସ କାମ କରିବା ପରେ ତାଙ୍କ ପ୍ରକୃତ ନାମ ତନବୀର ବୋଲି ଜଣାପଡ଼ିଥିଲା। ଇତିମଧ୍ୟରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ଗଢ଼ିଉଠିଥିଲା। ତନ୍‌ବୀର ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ରାଞ୍ଚତ୍କୁ ନେଇଯାଇଥିଲେ ଏବଂ ସେଠାରେ ବଳାତ୍କାର କରିଥିଲେ। ଏପରି କି ଇସ୍‌ଲାମ ଧର୍ମ ଗ୍ରହଣ କରିବାକୁ ମଧ୍ୟ ଚାପ ପକାଇଥିଲେ। ମୁମ୍ବାଇରେ ସେ ପୀଡ଼ିତାଙ୍କୁ ହତ୍ୟା ଉଦ୍ୟମ ମଧ୍ୟ କରିଥିଲେ। ପୀଡ଼ିତା ‘ଦି କେରଲା ଷ୍ଟୋରି’ ଫିଲ୍ମ ଦେଖିବା ପରେ ସେଥିରୁ ପ୍ରେରଣା ପାଇ ଭର୍ସୋଭା ଥାନାର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ଘଟଣା ରାଞ୍ଚତ୍ରେ ଘଟିଥିବାରୁ ମାମଲା ସେଠାକୁ ସ୍ଥାନାନ୍ତର କରାଯାଇଛି। ଇତିମଧ୍ୟରେ ତନବୀର ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରି ନିଜ ବିରୋଧରେ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Share