ଭୁବନେଶ୍ୱର,୨୪।୨(ବ୍ୟୁରୋ): ୨୦୨୨ ଜାନୁଆରୀ ୩୦ ତାରିଖରେ ମଡେଲ୍ ସୌମ୍ୟ ପାଣିଗ୍ରାହୀଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଏହି ଘଟଣାରେ ସୌମ୍ୟଙ୍କ ବାନ୍ଧବୀ ସୋନାଲି ନନ୍ଦଙ୍କୁ ଦାୟୀ କରିଥିଲେ । ଦ୍ୱିତୀୟ ଦିନରେ ଶୁକ୍ରବାର କ୍ରାଇମବ୍ରାଞ୍ଚ ଟିମ୍ ପୁଣି ତନାଘନା ଚଳାଇ ଥିବା ବେଳେ ସୌମ୍ୟଙ୍କ ମୋବାଇଲ ଓ ଲାପଟପ୍ ସିଜ୍ କରିଛି । ଅପରାହ୍ନ ୪ଟାରେ ସୌମ୍ୟଙ୍କ ପରିବାର ଲୋକେ କ୍ରାଇମବ୍ରାଞ୍ଚ ଅଫିସରେ ହାଜର ହେବେ ।
ଅନ୍ୟପକ୍ଷେ କ୍ରାଇମବ୍ରାଞ୍ଚ ଟିମ୍ ସୋନାଲୀଙ୍କ ଅନୁଗୋଳସ୍ଥିତ ଘରେ ପହଞ୍ଚି ଜେରା କରିଛି। ସୋନାଲିଙ୍କ ପରିବାରକୁ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରିବ ।
ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚ ସୌମ୍ୟ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ବେଳେ ତିନି ମାସ ମଧ୍ୟରେ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।