ମଡର୍ନ ଲୁକ୍ ଷ୍ଟାଇଲ୍
ନିଜକୁ ମଡର୍ନ ଲୁକ୍ ଦେଇ ଆଧୁନିକ ଟ୍ରେଣ୍ଡରେ ସାମିଲ କରିବାକୁ ଚାହୁଁଥିଲେ, ସବୁବେଳେ ଫ୍ୟାଶନ୍ ଟ୍ରେଣ୍ଡରେ ଅପଡେଟ୍ ରହିବାକୁ ହେବ। ତେବେ ଏଭଳି ଏକ ଲୁକ୍ ପାଇଁ ଜାଣିରଖନ୍ତୁ
କିଛି ଟିପ୍ସ…
ଆଜିକାଲି ଫ୍ୟାଶନ ଟ୍ରେଣ୍ଡ୍ରେ ସିକ୍ୱିଣ୍ଡ ଡ୍ରେସ ଅବା ସ୍କର୍ଟର ଚାହିଦା ବହୁତ ରହିଛି। ତେଣୁ ଆପଣ ଚାହିଁଲେ ଏପରି ଫ୍ୟାଶନ୍ କ୍ୟାରି କରିପାରିବେ। ଏହା ସହିତ ଢିଲା ହାଇ କଲରଥିବା ବେବି ପିଙ୍କ୍ ଶାର୍ଟ ମଧ୍ୟ ଭଲ ଲାଗିବ।
ମଡର୍ନ ଲୁକ୍ ପାଇଁ ଫ୍ୟାବ୍ରିକ୍ କିମ୍ବା ପ୍ରିଟେଣ୍ଟ ଡ୍ରେସର ଲାଟେଷ୍ଟ ଡିଜାଇନ୍ ଚୟନ କରନ୍ତୁ। ଏହା ସୁନ୍ଦର ଲାଗିବ ଏବଂ ମଡର୍ନ ଲୁକ୍ ବି ଦେବ।
କେମି ଷ୍ଟାଇଲର ଟପ୍ ସହିତ ଜିନ୍ସ ମଧ୍ୟ ଉଭୟ କ୍ଲାସିକ୍ ଏବଂ ଟ୍ରେଣ୍ଡି ଲୁକ୍ ଦେବ।
ଯେଉଁମାନଙ୍କୁ ପିଙ୍କ୍ କିମ୍ବା ରେଡ୍ କଲର ପସନ୍ଦ ନୁହେଁ, ସେମାନେ ଆଙ୍କେଲ ଲେନ୍ଥ ଜିନ୍ସ ସହିତ ବଡି ଫିଟ୍ ପଫ୍ ସ୍ଲିଭର ଟପ୍ ପିନ୍ଧିପାରିବେ।
ଆଙ୍କେଲ ଲେନ୍ଥ ବେସିକ୍ ବ୍ଲୁ ଜିନ୍ସ ସହିତ ପୋଲ୍କା ଡଟ୍ସ ଶାର୍ଟ ବି ବହୁତ ଭଲ ଲାଗିବ। ଏହି ଲୁକ୍ରେ ହିଲ୍ ଚପଲ ପିନ୍ଧିଲେ ଭଲ ଲାଗିବ।
ଡ୍ରେସ୍ ସାଙ୍ଗକୁ ଷ୍ଟାଇଲ୍ ବଢ଼ାଇବାକୁ ଚାହୁଁଥିଲେ ସେହି ଅନୁସାରେ ମ୍ୟାଚିଂ ବ୍ୟାଗ୍ ଏବଂ ଚପଲ ପିନ୍ଧନ୍ତୁ।
ମଡର୍ନ ଲୁକ୍ ପାଇଁ ହେୟାର ଷ୍ଟାଇଲ୍ ଏବଂ ଗହଣା ଉପରେ ମଧ୍ୟ ଗୁରୁତ୍ୱ ଦିଅନ୍ତୁ।