Categories: ଜାତୀୟ

ମୋଦି କ୍ୟାବିନେଟରେ ଟିଡିପି-ଜେଡିୟୁକୁ କେଉଁ ମନ୍ତ୍ରଣାଳୟ ମିଳିବ, ଆଜି ହୋଇଯିବ ଫାଇନାଲ

ନୂଆଦିଲ୍ଲୀ,୮।୬: କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ରବିବାର ଅପରାହ୍ନ ୫ ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ। ସୂତ୍ର ଅନୁଯାୟୀ, ଅନେକ ସହଯୋଗୀ ଦଳର ଏମ୍‌ପିମାନେ ମଧ୍ୟ ମୋଦି କ୍ୟାବିନେଟରେ ସାମିଲ ହୋଇପାରନ୍ତି। ଗତକାଲି ରାତିରେ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଘରେ ଏନଡିଏ ସହଯୋଗୀ ଦଳର ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମନ୍ତ୍ରଣାଳୟ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ମୋଦି ୩.୦ କ୍ୟାବିନେଟର ଚେହେରା କ’ଣ ହେବ ତାହା ଉପରେ ସମଗ୍ର ଦେଶର ନଜର ରହିଛି।

ଏନଡିଏର ସହଯୋଗୀ ତେଲୁଗୁ ଦେଶମ ପାର୍ଟି (ଟିଡିପି), ଜନତା ଦଳ ୟୁନାଇଟେଡ (ଜେଡିୟୁ) ଏବଂ ଜନତା ଦଳ ସମେତ ଅନ୍ୟ ଦଳ ଭାଜପା ସମ୍ମୁଖରେ ନିଜର ଦାବି ଉପସ୍ଥାପନ କରିଛନ୍ତି। ତେବେ କେଉଁ ଦଳ କେଉଁ କ୍ୟାବିନେଟରେ ମନ୍ତ୍ରୀ ପଦ ପାଇବାକୁ ଯାଉଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ।

Share