Categories: ଜାତୀୟ

ଦେଶବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ମୋଦି

ନୂଆଦିଲ୍ଲୀ,୨୯।୧: ଗୁଜରାଟ ଦଙ୍ଗା ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରିକୁ ନେଇ ସାରା ଦେଶରେ ବିବାଦ ଥମିବାର ହେବାର ନାମ ନେଉନାହିଁ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସତର୍କ ରହିବାକୁ କହିଛନ୍ତି। ଦେଶରେ ଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି। ଏହା ବିଷୟରେ ସଚେତନ ହେବାର ଆବଶ୍ୟକତା ଅଛ। ଏଭଳି ଉଦ୍ୟମ ସଫଳ ହେବ ନାହିଁ ବୋଲି ସେ କହିଛନ୍ତି।
କାରିଆପ୍ପା ପରେଡ ଗ୍ରାଉଣ୍ଡରେ ଏକ ଏନସିସି (ନ୍ୟାଶନାଲ କ୍ୟାଡେଟ କର୍ପସ) ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତକୁ ମହାନ କରିବାର ଏକମାତ୍ର ମାଧ୍ୟମ ହେଉଛି ଏକତା। ଆଜି ସମଗ୍ର ବିଶ୍ୱ ଭାରତ ଆଡକୁ ଚାହିଁ ରହିଛି। ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଆପଣମାନେ, ଭାରତର ଯୁବଗୋଷ୍ଠୀ।
ମୋଦୀ କହିଛନ୍ତି, ସ୍ବାଧୀନ ଭାରତରେ ଦେଶ ପାଇଁ ପ୍ରତ୍ୟେକ ମୁହୂର୍ତ୍ତର ଜୀବନଶୈଳୀ ଆମକୁ ବିଶ୍ୱର ନୂତନ ଉଚ୍ଚତାକୁ ନେଇଯାଏ। ଅନେକ ବାହାନା ଦେଶ ଭାଙ୍ଗିବା ପାଇଁ ମିଳିଥାଏ । ତେଣୁ ସମସ୍ତେ ସତର୍କ ହେବା ଆବଶ୍ୟକ।
ଗୁଜରାଟରେ ୨୦୦୨ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରିକୁ ନେଇ ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତି ଆସିଛି। ଦେଶରେ କେନ୍ଦ୍ର ସରକାର ଏହାକୁ ନିଷିଦ୍ଧ କରିଛନ୍ତି। ତେବେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ସଂଗଠନ ଡକ୍ୟୁମେଣ୍ଟାରି ସ୍କ୍ରିନିଂକୁ ନେଇ ବିବାଦ ସୃଷ୍ଟି କରିଛି।

Share