ନୂଆଦିଲ୍ଲୀ,୧୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପ୍ରଥମ ୧୦୦ ଦିନ ଏବଂ ଆସନ୍ତା ପାଞ୍ଚ ବର୍ଷ ପାଇଁ ନୂତନ ସରକାରଙ୍କ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ମନ୍ତ୍ରୀମାନଙ୍କୁ କହିଛନ୍ତି। ଆଜି ସକାଳେ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରୁଥିବାବେଳେ ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କୁ ମଧ୍ୟ ନିଜ ନିଜ ମନ୍ତ୍ରଣାଳୟର ସଚିବ ଏବଂ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ନୂଆ ସରକାରର ପ୍ରଥମ ୧୦୦ ଦିନ ଏବଂ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏଜେଣ୍ଡାକୁ କିପରି ଭଲ ଭାବରେ କାର୍ଯ୍ୟକାରୀ କରାଯିବ ସେନେଇ ଆଲୋଚନା କରିବାକୁ କହିଛନ୍ତି।
ନିର୍ବାଚନ ଆୟୋଗ ୨୦୨୪ ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରିବାର ଗୋଟିଏ ଦିନ ପରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମନ୍ତ୍ରୀ ପରିଷଦ ‘ବିକଶିତ ଭାରତ: ୨୦୪୭’ ଉପରେ ଆଲୋଚନା କରିଥିଲେ।
Posted inଜାତୀୟ