Categories: ଜାତୀୟ

୭ରାଜ୍ୟରେ ପ୍ରତିଷ୍ଠା କରାଯିବ ଟେକ୍ସଟାଇଲ ପାର୍କ: ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ,୧୭।୩: ଦେଶର ୭ଟି ରାଜ୍ୟରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରାଯିବ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ସେ କହିଛନ୍ତି, ତାମିଲନାଡୁ, ତେଲେଙ୍ଗାନା, କନର୍ର୍ାଟକ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ମିତ୍ର ମେଗା ଟେକ୍ସଟାଇଲ ପାର୍କ ନିର୍ମାଣ କରାଯିବ। ପ୍ରଧାନମନ୍ତ୍ରୀ ମୋଦି ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ ଟୁଇଟରେ ଲେଖିଛନ୍ତି, ପିଏମ ମିତ୍ର ମେଗା ଟେକ୍ସଟାଇଲ ପାର୍କ ୫ଏଫ୍‌(ଫାର୍ମ ଟୁ ଫାଇବର ଟୁ ଫ୍ୟାକ୍ଟ୍ରି ଟୁ ଫ୍ୟାଶନ ଟୁ ଫ୍ୟାଶନ ଟୁ ଫରେନ୍‌) ଭିଜନ୍‌ ଅନୁଯାୟୀ ଟେକ୍ସଟାଇଲ ସେକ୍ଟରକୁ ପ୍ରୋତ୍ସାହିତ କରିବ। ଏନେଇ ସେ ବେଶ୍‌ ଖୁସି ପ୍ରକଟ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପିଏମ୍‌ ମିତ୍ର ମେଗା ଟେକ୍ସଟାଇଲ ପାର୍କ ଟେକ୍ସଟାଇଲ କ୍ଷେତ୍ର ପାଇଁ ଏକ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗାଇବ। ଏଥିସହ କୋଟି କୋଟି ଟଙ୍କା ବିନିଯୋଗ ଆଣି ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ। ଅନ୍ୟପଟେ ବୟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଉତ୍ପାଦନ ସମ୍ବନ୍ଧୀୟ ପ୍ରୋତ୍ସାହନ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ବୟନ ଶିଳ୍ପରେ ପ୍ରାୟ ୧,୫୩୬ କୋଟି ଟଙ୍କା ବିନିଯୋଗ ହୋଇଛି। ଏହି ଯୋଜନା ଅନୁଯାୟୀ ଆଗାମୀ ୫ବର୍ଷରେ ମୋଟ ୪,୪୪୫ କୋଟି ଟଙ୍କା ଖର୍ଚ୍ଚ ହେବ।

Share