Categories: ଜାତୀୟ

ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଆଡଭାନୀଙ୍କ ଘରେ ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ,୮।୧୧: ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଆଜି ୮୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ପରେ ସେ ଅଭିନନ୍ଦନ ଜଣାଇବା ପାଇଁ ଆଡଭାନୀଙ୍କ ଘରେ ପହଞ୍ଚିଥିଲେ। ତାଙ୍କ ସହ କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ତାଙ୍କ ସେଠାକୁ ଯାଇଥିଲା। ପରେ ଆଡଭାନୀ ସମସ୍ତଙ୍କ ଉପସ୍ତିତି କେକ୍‌ କାଟିଥିଲେ।
ସୋମବାର ସକାଳୁ ପ୍ରଧାନମନ୍ତ୍ରୀ ମୋଦି ଆଡଭାନୀଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇ ଏକ ଟୁଇଟ୍‌ କରିଥିଲେ। ପ୍ରଧାନମନ୍ତ୍ରୀ ଟୁଇଟ୍‌ରେ ଲେଖିଛନ୍ତି, ଆଡଭାନୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ମୁଁ ତାଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରୁଛି। ଲୋକମାନଙ୍କୁ ସଶକ୍ତିକରଣ ଏବଂ ଆମର ସାଂସ୍କୃତିକ ଗର୍ବ ବଢାଇବା ଦିଗରେ ତାଙ୍କର ଉଦ୍ୟମ ପାଇଁ ଦେଶ ତାଙ୍କ ନିକଟରେ ରୁଣୀ ରହିବ। ଗତବର୍ଷ ମଧ୍ୟ ମୋଦି ଆଡଭାନୀଙ୍କ ଘରକୁ ଯାଇ ତାଙ୍କ ପାଦ ଛୁଇଁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ।

Share