Categories: ଜାତୀୟ

ସୂରସାମ୍ରାଜ୍ଞୀଙ୍କୁ ଶେଷ ବିଦାୟ ଦେବାକୁ ଶିବାଜୀ ପାର୍କ ପହଞ୍ଚିଲେ ମୋଦି

ମୁମ୍ବାଇ,୬।୨: ମହାନ ଗାୟିକା ଲତା ମଙ୍ଗେଶକର ଆଉ ନାହାଁନ୍ତି। ୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ଦେଇଥିଲେ। ଏବେ ସୂରସାମ୍ରାଜ୍ଞୀଙ୍କର ଶେଷ ଯାତ୍ରା ଆରମ୍ଭ ହୋଇଛି। ପ୍ରତାପ କୁଞ୍ଜରେ ଅବସ୍ଥିତ ଘରୁ ଲତା ମଙ୍ଗେସକରଙ୍କ ପାର୍ଥତ୍ବ ଶରୀର ଶିବାଜୀ ପାର୍କରେ ପହଞ୍ଚିଛି, କିଛି ସମୟ ମଧ୍ୟରେ ଭଣଜା ଆଦିତ୍ୟ ଲତା ଜୀଙ୍କୁ ମୁଖାଗ୍ନି ଦେବେ। ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଶିବାଜୀ ପାର୍କରେ ପହଞ୍ଚିଛନ୍ତି।
ଲତା ଜୀଙ୍କ ଶେଷ ଯାତ୍ରାରେ ଯୋଗଦେବା ପାଇଁ ବଲିଉଡ ତାରକା ଶାହରୁଖ ଖାନ ମଧ୍ୟ ଶିବାଜୀ ପାର୍କରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ସଚିନ ତେନ୍ଦୁଲକର, ଉଦ୍ଧବ ଠାକରେ, ଶରଦ ପାୱାର, ରାଜ ଠାକରେ, ପୀୟୁଷ ଗୋୟଲଙ୍କ ସମେତ ଅନେକ ସେଲିବ୍ରିଟି ଉପସ୍ଥିତ ଅଛନ୍ତି। ମୁମ୍ବାଇର ହଜାର ହଜାର ଲୋକ ଲତା ତାଇଙ୍କୁ ଶେଷ ବିଦାୟ ଦେବା ପାଇଁ ରାସ୍ତାରେ ଯାଇଥିଲେ। ତାଙ୍କ ଶରୀରକୁ ଫୁଲରେ ସଜାଯାଇଥିବା ଏକ ସେନା ଟ୍ରକରେ ଶିବାଜୀ ପାର୍କକୁ ଅଣାଯାଇଥିଲା।

Share