Posted inଜାତୀୟ

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହାରି ଭିତରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅନ୍ୟ ବିଶ୍ୱ ନେତାଙ୍କ ସହ ପୃଥକ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ। ଆମେରିକା ବ୍ୟତୀତ କ୍ୱାଡ ଶିଖର ସମ୍ମିଳନୀରେ ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନ ଅନ୍ତର୍ଭୁକ୍ତ। ତେବେ ପ୍ରଧାନମନ୍ତ୍ରୀ ଏବଂ ଜୋ ବାଇଡେନଙ୍କ ସାକ୍ଷାତ ଆଜି ରାତି ପ୍ରାୟ ସାଢେ ୧୦ଟା ବେଳେ ହେବାକୁ ଯାଉଛି।

ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ୟୁକ୍ରେନ ଯୁଦ୍ଧ ଏବଂ ଚୀନ କାର୍ଯ୍ୟକଳାପ ଉପରେ ଆଲୋଚନା ହୋଇପାରେ। ବାଇଡେନ ୟୁକ୍ରେନ ଗସ୍ତ ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇପାରନ୍ତି।

ଏହା ବ୍ୟତୀତ ପିଏମ ମୋଦି ଆମେରିକାର ଲଙ୍ଗ ଦ୍ୱୀପରେ ଥିବା ଭାରତୀୟ ବିଦେଶୀ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମରେ ଯୋଗଦେବେ। କ୍ୱାଣ୍ଟମ କମ୍ପ୍ୟୁଟିଂ ଏବଂ ସେମିକଣ୍ଡକ୍ଟର ପରି ଅତ୍ୟାଧୁନିକ ଜ୍ଞାନକୌଶଳରେ କାର୍ଯ୍ୟ କରୁଥିବା ଆମେରିକୀୟ କମ୍ପାନୀର ସିଇଓମାନଙ୍କ ସହିତ ଏକ ରାଉଣ୍ଡ ଟେବୁଲ ବୈଠକରେ ଅଂଶଗ୍ରହଣ କରିବେ।

ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିପାରନ୍ତି ଡୋନାଲ୍‌ଡ ଟ୍ରମ୍ପ । କ୍ବାଡ୍ ଓ ଜାତିସଂଘ ସାଧାରଣ ଅଧିବେଶନର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଯାଉଥିବା ଜାଣିବା ପରେ ଟ୍ରମ୍ପ ତାଙ୍କୁ ନିଶ୍ଚିତ ସାକ୍ଷାତ କରିବେ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ Fantastic Man ବୋଲି କହିଛନ୍ତି ଟ୍ରମ୍ପ । ତେବେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ନେଇ ବିଦେଶ ମନ୍ତ୍ରାଳୟର ପ୍ରେସ୍ ବ୍ରଫିଂ ବେଳେ ଟ୍ରମ୍ପଙ୍କ ସହ ମୋଦିଙ୍କ ସାକ୍ଷାତକାର ବାବଦରେ ସେଭଳି କିଛି ସୂଚନା ଦିଆଯାଇ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

ଶପଥ ନେଲେ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ତଥା ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ଶନିବାର ଶପଥ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ...

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri