ଭୁବନେଶ୍ୱରରେ ପହଞ୍ଚିଲେ ମୋଦି

ଭୁବନେଶ୍ୱର,୫।୫: ଅଯୋଧ୍ୟାରୁ ମେଗା ରୋଡ ଶୋ’ କାର୍ଯ୍ୟକ୍ରମ ଶେଷ କରି ରବିବାର ରାତି ପ୍ରାୟ ୧୦ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ତାଙ୍କୁ ଭାଜପା ନେତୃବୃନ୍ଦ ଭବ୍ୟ ସ୍ବାଗତ କରିଛନ୍ତି। ବିମାନ ବନ୍ଦର ବାହାରେ ମୋଦିଙ୍କ ଗୋଟିଏ ଝଲକ ପାଇବାକୁ ଜନତାଙ୍କ ଗହଳି ଲାଗିଛି। ଏଠାରୁ ସେ ସିଧା ରାଜଭବନ ଯିବେ। ସେଠାରେ ରାତ୍ରୀ ଜାପନ କରି ସୋମବାର ସକାଳୁ ବ୍ରହ୍ମପୁର ଯିବାର କାର୍ଯ୍ୟକ୍ରମ ରହିଛି। ବ୍ରହ୍ମପୁରରୁ ସେ ସ୍ବତନ୍ତ୍ର ବିମାନ ଯୋଗେ ନବରଙ୍ଗପୁର ଯିବାର କାର୍ଯ୍ୟକ୍ରମ ଥିବା ଦଳୀୟ ସୂତ୍ରରୁ ଜଣାପଡିଛି। ସେଠାରେ ସେ ଏକ ଜନସଭାରେ ଉଦବୋଧନ ଦେବେ।

Share