କାଇରୋରେ ପହଞ୍ଚିଲେ ମୋଦି

କାଇରୋ/ନୂଆଦିଲ୍ଲୀ,୨୪ା୬: ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କାଇରୋରେ ପହଞ୍ଚିଛନ୍ତି। ମୋଦି ଦୁଇ ଦିନିଆ ଗସ୍ତରେ ଯାଇ ଇଜିପ୍ଟର ପ୍ରଧାନମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ ଏବଂ ରାଷ୍ଟ୍ରପତି ଏଲ୍‌-ସିସିଙ୍କୁ ମଧ୍ୟ ଭେଟିବେ।

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ରାଜଧାନୀ କାଇରୋରେ ଏକାଦଶ ଶତାବ୍ଦୀର ଅଲ୍‌-ହାକିମ ମସଜିଦ ପରିଦର୍ଶନ କରିବେ। ସେ ମସ୍‌ଜିଦରେ ପ୍ରାୟ ଅଧ ଘଣ୍ଟା ବିତାଇବେ। ଏଠାରେ ସେ ଦାଉଦି ବୋହରା ସମ୍ପ୍ରଦାୟକୁ ଭେଟିବେ। ଏହି ସମ୍ପ୍ରଦାୟ ସହିତ ପ୍ରଧାନମନ୍ତ୍ରୀଙ୍କର ଏକ ବିଶେଷ ସଂଯୋଗ ରହିଛି।

Share