ନୂଆଦିଲ୍ଲୀ,୧୨।୩: ଚଳିତବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂରଣ କରିବ। ଏହି ଅବସରରେ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅହମ୍ମଦାବାଦ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହାପୂର୍ବରୁ ମୋଦି ସାବରମତୀ ଆଶ୍ରମରେ ପହଞ୍ଚି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାସହ ଆଶ୍ରମର ଭିଜିଟର୍ ବୁକ୍ରେ ନିଜ ବୁକ୍ରେ ବାର୍ତ୍ତା ଲେଖିଥିଲେ। ଆଜିଠାରୁ କ୍ରମାଗତ ୭୫ ସପ୍ତାହ ପାଇଁ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ।