Categories: ଜାତୀୟ

ନାଁ ନ ନେଇ ପାକିସ୍ତାନ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୧୮।୧୧: ଆତଙ୍କବାଦ ପାଣ୍ଠି ଯୋଗାଡ ରୋକିବା ପାଇଁ ଦିଲ୍ଲୀରେ ଦୁଇ ଦିନିଆ ଅନ୍ତର୍ଜାତୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏହି ସମ୍ମିଳନୀକୁ ଉଦ୍‌ଘାଟନ କହିଛନ୍ତି, ଦଶନ୍ଧି ଧରି ବିଭିନ୍ନ ନାଁ ଏବଂ ରୂପରେ ଆତଙ୍କବାଦୀ ଭାରତକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି। ଆମେ ହଜାର ହଜାର ମୂଲ୍ୟବାନ ଜୀବନ ହରାଇଛୁ କିନ୍ତୁ ସାହସର ସହିତ ଆତଙ୍କବାଦ ସହ ଲଢିଛୁ। ବିଶେଷ କଥା ହେଉଛି ଏହି ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେଉଛି। ଆତଙ୍କବାଦ ହେଉଛି ମାନବିକତା, ସ୍ବାଧୀନତା ଏବଂ ସଭ୍ୟତା ଉପରେ ଆକ୍ରମଣ। ଆତଙ୍କବାଦୀ ସଂଗଠନ ଅନେକ ଉତ୍ସରୁ ଟଙ୍କା ପାଆନ୍ତି। ଗୋଟିଏ ଉତ୍ସ ହେଉଛି ରାଜ୍ୟ ସମର୍ଥନ।
ନାଁ ନ ରଖି ପାକିସ୍ତାନକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କେତେକ ଦେଶ ସେମାନଙ୍କର ବୈଦେଶିକ ନୀତିର ଏକ ଅଂଶ ଭାବରେ ଆତଙ୍କବାଦକୁ ସମର୍ଥନ କରୁଛନ୍ତି। ଏହି ଦେଶଗୁଡିକ ଆତଙ୍କବାଦୀଙ୍କୁ ଟଙ୍କା ଯୋଗାଉଛନ୍ତି।
ସୂଚନାଯୋଗ୍ୟ, ନଭେମ୍ବର ୧୮ ଏବଂ ୧୯ରେ ‘ଆତଙ୍କବାଦୀଙ୍କ ପାଇଁ କୌଣସି ଅର୍ଥ ନାହିଁ: ଆତଙ୍କବାଦ ମୁକାବିଲା ବିରୋଧରେ ମନ୍ତ୍ରୀମାନଙ୍କ ସମ୍ମିଳନୀ’ ଆୟୋଜନ ହେଉଛି। ଏଥିରେ ୭୫ଟି ଦେଶର ପ୍ରତିନିଧିମଣ୍ଡଳ ଭାଗ ନେଉଛନ୍ତି।

Share