ମୋଦି ପଛୁଆ: କଂଗ୍ରେସ କହିଲା, ଏହା କେବଳ ଟ୍ରେଲର

ନୂଆଦିଲ୍ଲୀ,୪।୬: ଭାଜପା ପାଇଁ ସବୁଠାରୁ ବଡ ଝଟକା ୟୁପିର ବାରାଣସୀ ଆସନରୁ ଆସିପାରେ। କଂଗ୍ରେସ ମଙ୍ଗଳବାର ବାରାଣସୀ ଆସନରୁ ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ପଡ଼ିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛି।
କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ଏହା ଏକ ଟ୍ରେଲର। ସେ ନିର୍ବାଚନ ଆୟୋଗର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଏଥିରେ କଂଗ୍ରେସର ଅଜୟ ରାୟ ପିଏମ ମୋଦୀଙ୍କ ଅପେକ୍ଷା ୬ ହଜାର ୨୨୩ ଭୋଟରେ ଆଗୁଆ ଅଛନ୍ତି।
ଉତ୍ତରପ୍ରଦେଶର ବାରାଣସୀ ଆସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗଡ଼ ବୋଲି ବିବେଚନା କରାଯାଏ। ସେ ୨୦୧୪ ଏବଂ ୨୦୧୯ରେ ଦୁଇଥର ଲୋକ ସଭା ନିର୍ବାଚନରେ ଜିତିଛନ୍ତି। ଏଥର ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦି ଭାଜପା ପକ୍ଷରୁ ବାରାଣସୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୫୪୩ଟି ମଧ୍ୟରୁ ୫୨୯ଟି ସିଟ ପାଇଁ ଟ୍ରେଣ୍ଡ ପ୍ରକାଶ ପାଇଛି। ଏଥିମଧ୍ୟରୁ ଭାଜପା ୨୨୯ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୯୮ଟି ଆସନରେ ଆଗୁଆ ରହିଛି। ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ଭାଜପା ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଜଣାପଡିଛି।
ମିଳିତ ମେଣ୍ଟକୁ ମିଳିଥିବା ଆସନ ବିଷୟରେ ଆଲୋଚନା କରିବା, ତେବେ ଏନଡିଏ ସହଯୋଗୀ ଦଳ ୨୮୭ଟି ଆସନରେ ଆଗୁଆ ଥିବାବେଳେ ଇଣ୍ଡିଆ ସହଯୋଗୀ ଦଳ ୧୫୮ଟି ଆସନରେ ଆଗୁଆ ରହିଛି। ଉତ୍ତରପ୍ରଦେଶରେ ଇଣ୍ଡିଆ ମିଳିତ ମେଣ୍ଟ ସର୍ବାଧିକ ଲାଭ ପାଉଥିବା ଜଣାପଡିଛି। ଏଠାରେ ଦଳ ପ୍ରାୟ ୪୦ଟି ଆସନରେ ଆଗକୁ ବଢୁଥିବା ଜଣାପଡିଛି।

Share