Categories: ଜାତୀୟ

ଆମେରିକା ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାରେ ବାଜପେୟୀଙ୍କୁ ଟପିଲେ ମୋଦି, ନେଲସନ ମଣ୍ଡେଲାଙ୍କ ହେବେ ସମକ୍ଷକ…

ନୂଆଦିଲ୍ଲୀ,୩।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ ଶୀଘ୍ର ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତରେ ଆମେରିକା ସଂସଦର ମିଳିତ ଅଧିବେଶନକୁ ମଧ୍ୟ ସମ୍ବୋଧିତ କରିବେ। ଏଭଳି କରି ସେ ମହାନ ନେତା ନେଲସନ ମଣ୍ଡେଲାଙ୍କ ସମକ୍ଷକ ହେବାକୁ ଯାଉଛନ୍ତି। ଆମେରିକା ସଂସଦର ମିଳିତ ଅଧିବେଶନରେ ପ୍ରଧାନମନ୍ତ୍ରୀ୍‌ଙ୍କ ସମ୍ବୋଧନକୁ ନେଇ ଭାରତ କୋକ୍ସର ସାଂସଦମାନେ ବହୁତ ଖୁସି ଅଛନ୍ତି। ଭାରତ-ଆମେରିକୀୟ ଆଇନଜୀବୀ ତଥା ଭାରତ କୋକ୍ସର ଉପାଧ୍ୟକ୍ଷ ରୋ ଖାନ୍ନା କହିଛନ୍ତି ଭାରତ କୋକ୍ସା ପ୍ରତିନିଧିସଭାର ବାଚସ୍ପତି କେଭିନ ମ୍ୟାକକାରି ମିଳିତ ଅଧିବେଶନକୁ ସମ୍ବୋଧିତ କରିବାକୁ ମୋଦିଙ୍କୁ ଆମନ୍ତ୍ରଣ କରିବାକୁ ଅପିଲ କରିଥିଲେ।

ଏହାପୂର୍ବରୁ ୮ ଜୁନ ୨୦୧୬ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ସମୟରେ ଆମେରିକାର ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ। ବର୍ତ୍ତମାନ ସେ ୨୨ଜୁନ ରେ ତାଙ୍କର ଆଗାମୀ ଗସ୍ତରେ ଦ୍ୱିତୀୟ ଥର ପାଇଁ ଆମେରିକା ହାଉସକୁ ସମ୍ବୋଧିତ କରିବେ। ଏହା ସହ ପିଏମ ମୋଦି ସେହି ଅଳ୍ପ କିଛି ମହାନ ନେତାଙ୍କ ସହ ସମାନ ହେବେ ଯେଉଁମାନେ ଦୁଇଥର କିମ୍ବା ଅଧିକ ଥର ଆମେରିକା ସଂସଦକୁ ସମ୍ବୋଧିତ କରିଛନ୍ତି। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ ମଣ୍ଡେଲା ଏବଂ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ୟିତଜକ ରବିନଙ୍କ ଭଳି ମହାନ ନେତା ମଧ୍ୟ ଦୁଇଥର ଆମେରିକା ସଂସଦକୁ ସମ୍ବୋଧିତ କରିଛନ୍ତି। ଏଥି ସହିତ ୱିନଷ୍ଟନ ଚର୍ଚ୍ଚିଲ ଏବଂ ଇସ୍ରାଏଲର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରତ୍ୟେକ ଥରେ ଲେଖାଏଁ ଆମେରିକା ସଂସଦକୁ ସମ୍ବୋଧିତ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପୂର୍ବ ଆମେରିକା ଗସ୍ତରେ ରାଜୀବ ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ସହିତ ମନମୋହନ ସିଂ ଏବଂ ପି.ଭି ନରସିଂହ ରାଓଙ୍କୁ ପଛରେ ପକାଇବେ। ଏହି ନେତାମାନେ ଆମେରିକାର ସଂସଦର ମିଳିତ ଅଧିବେଶନକୁ ଥରେ ଥରେ ସମ୍ବୋଧିତ କରିଛନ୍ତି। ରାଜୀବ ଗାନ୍ଧୀ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ, ଯିଏକି ୧୯୮୫ରେ ପ୍ରଥମ ଥର ପାଇଁ ଆମେରିକାର ସଂସଦକୁ ସମ୍ବୋଧିତ କରିଥିଲେ।

Share