Categories: ଜାତୀୟ

ଦୁର୍ଗାପୂଜାରେ ନିର୍ବାଚନୀ ଶଙ୍ଖ ଫୁଙ୍କିଲେ ମୋଦି: ମିଶନ ପଶ୍ଚିମବଙ୍ଗ ଆରମ୍ଭ

ନୂଆଦିଲ୍ଲୀ, ୨୨।୧୦: ଦେଶରେ ଦ୍ରୁତ ଗତିରେ ମହିଳା ସଶକ୍ତି କରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ୨୨ କୋଟି ମହିଳାଙ୍କ ପାଇଁ ବ୍ୟାଙ୍କରେ ସଞ୍ଚୟ ଖାତା ଖୋଲାଯାଇଛି। ସେହିପରି ମହିଳାଙ୍କୁ ସହଜ ସୁଧହାରରେ ଋଣ ଦେବା ଯୋଗୁ ମହିଳାଙ୍କ ବିକାଶ ସମ୍ଭବ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି। ପଶ୍ଚିମବଙ୍ଗରେ ଭିଡ଼ିଓ କନଫରେନ୍ସିଂରେ ମାଧ୍ୟମରେ ଦୁର୍ଗାପୂଜା ଉତ୍ସବର ଉଦ୍‌ଘାଟନ କରି ସେ ଏଭଳି ସୂଚନା ଦେଇଛନ୍ତି। ଏପରି କରି ମୋଦି ରାଜ୍ୟରେ ୨୦୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଶଙ୍ଖ ଫୁଙ୍କିଛନ୍ତି। ଇତିମଧ୍ୟରେ ଭାଜପା ପକ୍ଷରୁ ପଶ୍ଚିମବଙ୍ଗରେ ଶକ୍ତି ବୃଦ୍ଧି ପାଇଁ ଯୋଜନା ଆରମ୍ଭ ହୋଇଛି। ମିଶନ ପଶ୍ଚିମବଙ୍ଗ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଗାପୂଜା ଅବସରରେ ରାଜ୍ୟର ଦୁର୍ଗାପୂଜା ପେଣ୍ଡାଲରେ ଜନସାଧାରଣଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରଛନ୍ତି। ନଭେମ୍ବର ପ୍ରଥମ ସପ୍ତାହ ପରଠାରୁ ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସ ବିରୋଧରେ ଭାଜପା ପକ୍ଷରୁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରାଯିବାର ଯୋଜନା ରହିଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ କ୍ଷମତାରୁ ହଟାଇବା ଲକ୍ଷ୍ୟ ନେଇ ଭାଜପା ରଣନୀତି ପ୍ରସ୍ତୁତି ଉପରେ ଜୋର୍‌ ଦେଉଥିବା କୁହାଯାଉଛି।

Share