Categories: ଜାତୀୟ

ଶପଥ ଗ୍ରହଣ ପୂର୍ବରୁ ସମସ୍ତଙ୍କୁ ମୁଣ୍ଡ ନୁଆଇଁ ପ୍ରଣାମ କଲେ ମୋଦି

ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ହେଲେ ସେ ଶପଥ ଗ୍ରହଣ କରିବା ପୂର୍ବରୁ ଯେତେବେଳେ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ ସେତେବେଳେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଉ ଷ୍ଟେଜ ଉପରକୁ ଆସିବା ପରେ ସେ ସମସ୍ତଙ୍କୁ ମୁଣ୍ଡ ନୁଆଇଁ ପ୍ରଣାମ କରିଥିବା ଦେଖାଯାଇଥିଲା।

ରବିବାର ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଛନ୍ତି। ସେ ହେଉଛନ୍ତି ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଯିଏ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାପୂର୍ବରୁ କେବଳ ପଣ୍ଡିତ ଜବାହର ଲାଲ ନେହେରୁ କ୍ରମାଗତ ତିନିଥର ପ୍ରଧାନମନ୍ତ୍ରୀ ଭାବରେ ଦେଶର ଦାୟିତ୍ୱ ଗ୍ରହଣ କରିଥିଲେ। ବିଦେଶୀ ଅତିଥିମାନଙ୍କ ଗହଣରେ ପ୍ରଧାନମନ୍ତ୍ରୀ ମୋଦି ଶପଥ ଗ୍ରହଣ କରିଛନ୍ତି। ଏହି ସମାରୋହରେ ନେପାଳ, ମରିସସ, ଭୁଟାନ, ବାଂଲାଦେଶ, ମାଲଦ୍ୱୀପ, ଶ୍ରୀଲଙ୍କା ଏବଂ ସେଶଲ୍ସର ରାଷ୍ଟ୍ରପତିମାନେ ଯୋଗ ଦେଇଥିଲେ। ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’, ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ୱିକେରେମିସିଂହ ଏବଂ ଭୁଟାନର ରାଷ୍ଟ୍ରା ଧ୍ୟକ୍ଷ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share