Posted inଜାତୀୟ

ମୋଦି ଖେଳିଲେ ବଡ଼ ଗେମ୍‌: ଟିଡିପି-ଜେଡିୟୁ ସମେତ ଏନ୍‌ଡିଏ ସହଯୋଗୀଙ୍କୁ ଦେଲେ ଏହି ସବୁ ବିଭାଗ

ନୂଆଦିଲ୍ଲୀ,୧୦।୬: ମୋଦି ସରକାର ୩.୦ର ଶପଥ ଗ୍ରହଣ ସମାରୋହର ଗୋଟିଏ ଦିନ ପରେ ସୋମବାର ମନ୍ତ୍ରୀଙ୍କୁ ବିଭାଗ ବଣ୍ଟାଯାଇଛି। ମୋଦି ୨.୦ ପରି ୩.୦ରେ ମଧ୍ୟ ଭାଜପା ନିଜ ସହ ବଡ଼ ମନ୍ତ୍ରଣାଳୟ ରଖିଥିବାବେଳେ ଏନ୍‌ଡିଏ ସହଯୋଗୀଙ୍କୁ ଏମଏସଏମଇ, ବିମାନ ଚଳାଚଳ ମନ୍ତ୍ରଣାଳୟ, ହେଭି ଇଣ୍ଡଷ୍ଟ୍ରିଜ ଭଳି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦିଆଯାଇଛି। କେଉଁ ଏନଡିଏ ସହଯୋଗୀ ଦଳଙ୍କୁ କେଉଁ ମନ୍ତ୍ରଣାଳୟକୁ ଦିଆଗଲା ଆସନ୍ତୁ ଜାଣିବା…

ଜିତନ ରାମ ମାନ୍‌ଝୀ: ବିହାର କୋଟାରୁ ମୋଦି ସରକାରରେ ଅନ୍ତର୍ଭୁକ୍ତ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚାର ମୁଖ୍ୟ ଜିତନ ରାମ ମାନ୍‌ଝୀଙ୍କୁ ଏମଏସଏମଇ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ସେ ଦଳିତ ସମ୍ପ୍ରଦାୟରୁ ଆସି ବିହାରର ମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି। ସେ ଗୟା ଲୋକ ସଭା ଆସନରୁ ବିଜୟୀ ହୋଇଛନ୍ତି।

ଲଲନ ସିଂ: ଜେଡିୟୁ ନେତା ତଥା ମୁଙ୍ଗେର ଏମ୍‌ପି ରାଜୀବ ରଞ୍ଜନ ସିଂ ଛଦ୍ମନାମ ଲଲନ ସିଂ ପଞ୍ଚାୟତ ରାଜ ମନ୍ତ୍ରୀ ତଥା ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟର ଦାୟିତ୍ୱ ପାଇଛନ୍ତି।

ଚିରାଗ ପାଶୱାନ: ଲୋକ ଜନଶକ୍ତି ପାର୍ଟି(ରାମ ବିଲାସ) ମୁଖ୍ୟ ଚିରାଗ ପାଶୱାନ ହାଜିପୁର ଆସନରୁ ଜିତିଛନ୍ତି। ଚିରାଗଙ୍କୁ ଦୁଇଟି ମନ୍ତ୍ରଣାଳୟ ଦିଆଯାଇଛି। ତାଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇଛି।

ଏଚ୍‌ଡି କୁମାରସ୍ବାମୀ: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଜେଡିଏସ ନେତା ଏଚ୍‌ଡି କୁମାରସ୍ବାମୀଙ୍କୁ ହେଭି ଇଣ୍ଡଷ୍ଟ୍ରିଜ ଏବଂ ଇସ୍ପାତ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ସେ କର୍ନାଟକର ମାଣ୍ଡ୍ୟା ଲୋକ ସଭା ଆସନରୁ ଜିତିଛନ୍ତି।

ରାମ ମୋହନ ନାଇଡୁ: ଟିଡିପି ଏମ୍‌ପି ରାମ ମୋହନ ନାଇଡୁଙ୍କୁ ବିମାନ ଚଳାଚଳ ମନ୍ତ୍ରଣାଳୟ ଦିଆଯାଇଛି। ସେ ମୋଦି କ୍ୟାବିନେଟର ସବୁଠାରୁ କନିଷ୍ଠ ଏମ୍‌ପି।

ଜୟନ୍ତ ଚୌଧୁରୀ: ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ଦକ୍ଷତା ବିକାଶ ତଥା ଉଦ୍ୟୋଗ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଏବଂ ଶିକ୍ଷା ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି।

ଯାଧବ ପ୍ରତାପରାଓ ଗଣପତରାଓ: ଶିବସେନା ଏମ୍‌ପି ଯାଧବଙ୍କୁ ଆୟୁଷ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ତଥା ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି।

ରାମଦାସ ଅଠାୱାଲେ: ରାମଦାସଙ୍କୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି।

ଅନୁପ୍ରିୟା ପଟେଲ: ଆପନା ଦଳ (ଏସ)ର ଏମ୍‌ପି ଅନୁପ୍ରିୟା ପଟେଲଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ତଥା ରାସାୟନିକ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି।

ରାମନାଥ ଠାକୁର: ଜେଡିୟୁ ନେତା ରାମନାଥ ଠାକୁରଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି।

ଚନ୍ଦ୍ରଶେଖର ପେମାସାନି: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଲୋକ ସଭା ଆସନରୁ ଏମ୍‌ପି ଚନ୍ଦ୍ରଶେଖରଙ୍କୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ତଥା ଯୋଗାଯୋଗ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri