Categories: ଜାତୀୟ

କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ବଡ଼ ହଇଚଇ: ନିଶଙ୍କ-ଗଙ୍ଗଓ୍ବାର-ଦେବଶ୍ରୀ ମନ୍ତ୍ରିମଣ୍ଡଳରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ,୭।୭: କେନ୍ଦ୍ର କ୍ୟାବିନେଟରେ ବୁଧବାର ସନ୍ଧ୍ୟାରେ ବଡ଼ ପରିବର୍ତ୍ତନ ହେବ। ହେଲେ ଏହା ପୂର୍ବରୁ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ମନ୍ତ୍ରିମଣ୍ଡଳରେ ନୂଆ ନାମ ଯୋଡ଼ି ହେବା ପୂର୍ବରୁ କେତେକ ପୁରୁଣା ନାମ ବାଦ୍‌ ପଡ଼ିଛନ୍ତି। ଏହି ତାଲିକାରେ ଶିକ୍ଷାମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, କରୋନା ହେବା ପରଠାରୁ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହୁନାହିଁ। ତେଣୁ ସ୍ବାସ୍ଥ୍ୟଗତ କାରଣ ଯୋଗୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିଦିଆଯାଇଛି। ରମେଶଙ୍କ ବ୍ୟତୀତ ବରେଲିର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଓ ପଶ୍ଚିମ ବଙ୍ଗର ଭାଜପା ଏମ୍‌ପି ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଦେବଶ୍ରୀ ଚୌଧୁରୀ, ସାର ଓ ରସାୟନିକ ମନ୍ତ୍ରୀ ସଦାନନ୍ଦ ଗୌଡା ମଧ୍ୟ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏମାନଙ୍କ ବଦଳରେ କିଛି ନୂଆ ଚେହେରା ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି।

Share