Posted inଜାତୀୟ

ରେଲୱେ କର୍ମଚାରୀଙ୍କୁ ବୋନସ: କୃଷକଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ଯୋଜନା…

ନୂଆଦିଲ୍ଲୀ,୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁବାର କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଅନେକ ବଡ ଯୋଜନା ଅନୁମୋଦନ ମିଳିଛି। ଦୀପାବଳି ପୂର୍ବରୁ କୃଷକଙ୍କ ଆୟ ବୃଦ୍ଧି ପାଇଁ ଦୁଇଟି ବଡ ଯୋଜନା ଅନୁମୋଦନ ହୋଇଥିବାବେଳେ ରେଳ କର୍ମଚାରୀଙ୍କୁ ବୋନସ ଦେବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରିୟ କୃଷ୍ଣ ବିକାଶ ଯୋଜନା ବ୍ୟତୀତ କୃଷକଙ୍କ ସହ ଜଡିତ ଅନେକ ଯୋଜନାକୁ ଅନୁମୋଦନ କରାଯାଇଛି। ଏହା ବ୍ୟତୀତ ଚେନ୍ନାଇ ମେଟ୍ରୋ ଫେଜ୍ -୨ କୁ ମଧ୍ୟ ଅନୁମୋଦନ କରାଯାଇଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ କ୍ୟାବିନେଟ ବୈଠକରେ ନିଆଯାଇଥିବା ସବୁଠାରୁ ବଡ ନିଷ୍ପତ୍ତି କୃଷକଙ୍କ ଆୟ ବୃଦ୍ଧି ଏବଂ ମଧ୍ୟବିତ୍ତ ଲୋକଙ୍କୁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ସହ ଜଡିତ। ଏହାର ଦୁଇଟି ସ୍ତମ୍ଭ ଅଛି – ପ୍ରଧାନମନ୍ତ୍ରୀ ରାଷ୍ଟ୍ରିୟ କୃଷ୍ଣ ବିକାଶ ଯୋଜନା ଏବଂ କୃଷକ ଯୋଜନା। ଏହି ଉଭୟ ଯୋଜନା ପାଇଁ ୧,୦୧,୩୨୧ କୋଟି ଟଙ୍କା ବଜେଟ୍ ସ୍ଥିର କରାଯାଇଛି। ଏହି ଦୁଇଟି ଅଧୀନରେ ପ୍ରତ୍ୟେକ ୯ ଟି ସ୍କିମ୍ ଅନ୍ତର୍ଭୂକ୍ତ କରାଯାଇଛି। ଏହି ଯୋଜନା ଅନେକ କୃଷକଙ୍କ ଆୟ ଏବଂ ମଧ୍ୟବିତ୍ତ ପରିବାରର ଖାଇବା ଥାଳି ସହିତ ସିଧାସଳଖ ସଂଯୋଗ ରହିଛି।

ସେହିପରି ରେଳ କର୍ମଚାରୀଙ୍କୁ ବୋନସ ଉପହାର ଦେବା ପାଇଁ କ୍ୟାବିନେଟ ଅନୁମୋଦନ ଦେଇଛି। ରେଳବାଇର ଉତ୍କୃଷ୍ଟ କାର୍ୟ୍ୟଦକ୍ଷତାକୁ ସ୍ୱୀକୃତି ଦେଇ କ୍ୟାବିନେଟ ୧୧,୭୨,୨୪୦ ରେଳ କର୍ମଚାରୀଙ୍କୁ ୨୦୨୮.୫୭ କୋଟି ଟଙ୍କାର ୭୮ ଦିନର ବୋନସ ପ୍ରଦାନକୁ ଅନୁମୋଦନ କରିଛି। ଏହି ରାଶି ବିଭିନ୍ନ ବର୍ଗର ରେଳ କର୍ମଚାରୀଙ୍କୁ ଟ୍ରାକ୍ ମେଣ୍ଟେନର୍, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ୍ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ହେଲପର, ପଏଣ୍ଟମ୍ୟାନ୍, ମନ୍ତ୍ରୀ କର୍ମଚାରୀ ଏବଂ ଅନ୍ୟ ଗ୍ରୁପ୍ ଏକ୍ସସି କର୍ମଚାରୀଙ୍କୁ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦେଖାରେ ପ୍ରେମରେ ପଡ଼ିଯାଇଥିଲେ ମନମୋହନ:ଏମିତି ଥିଲା ପ୍ରେମସମ୍ପର୍କ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଶେନିଃଶ୍ୱାସ ତ୍ୟାଗ କରିଛନ୍ତି। ୯୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ମନମୋହନ ସିଂଙ୍କ ଭାବମୂର୍ତ୍ତି ଜଣେ...

କେତେ ସମ୍ପତ୍ତିର ମାଲିକ ଥିଲେ ମନମୋହନ, ସତ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୭।୧୨: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଡ. ମନମୋହନ ସିଂଙ୍କର ଗତକାଲି ଅର୍ଥାତ ଗୁରୁବାର ରାତିରେ ଦେହାନ୍ତ ହୋଇଛି। ତାଙ୍କୁ ୯୨ବର୍ଷ...

ମନମୋହନଙ୍କ ଓଡ଼ିଶା ସହ ଥିଲା ଗଭୀର ସମ୍ପର୍କ:ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୭।୧୨: ଭାରତୀୟ ଇତିହାସ କଡ଼ ମୋଡ଼ୁଥିବାବେଳେ କ୍ୱଚିତ୍‌ ବ୍ୟକ୍ତିବିଶେଷ ଏହାର ସାକ୍ଷୀ ପାଲଟିଥିଲେ। ସେମାନଙ୍କ ମଧ୍ୟରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ଅନ୍ୟତମ। ବିଭାଜନ...

ମନମୋହନ ସିଂଙ୍କ ଅନ୍ତିମ ଦର୍ଶନ ପାଇଁ ପହଞ୍ଚିଲେ ମୋଦି-ଶାହା

ନୂଆଦିଲ୍ଲୀ,୨୭।୧୨: ନୂଆଦିଲ୍ଲୀସ୍ଥିତ ଏମ୍ସରେ ଗୁରୁବାର ରାତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ ହୋଇଛି। ବୟସାଧିକ କାରଣରୁ ଅସୁସ୍ଥ ଥିବା ୯୨ ବର୍ଷୀୟ ମନମୋହନ ସନ୍ଧ୍ୟାରେ...

ମନମୋହନ ସିଂଙ୍କର ଏହି ଗୋଟିଏ ଇଚ୍ଛା ରହିଗଲା ଅଧୁରା…

ନୂଆଦିଲ୍ଲୀ,୨୭।୧୨: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂଙ୍କର ଗୁରୁବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ହୋଇଥିଲା। କେନ୍ଦ୍ର...

ମନମୋହନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଉଛି ସାରାଦେଶ, ଆମେରିକାରୁ ଝିଅର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା

ନୂଆଦିଲ୍ଲୀ,୨୭ା୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ୯୨ ବର୍ଷ ବୟସରେ ହୋଇଛି। ଗୁରୁବାର ସେନାଧ୍ୟରେ ତାଙ୍କର ଛତା ଚାଲିଯିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ...

ଜଣେ ମାର୍ଗଦର୍ଶକଙ୍କୁ ହରାଇଲି: ରାହୁଲ

ନୂଆଦିଲ୍ଲୀ,୨୭ା୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ପରଲୋକ ହୋଇଛି। ମନମୋହନଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ...

୧୧୭ ଥର ପ୍ରେସ୍‌ କନ୍‌ଫରେନ୍ସ କରିଥିଲେ ମନମୋହନ

ନୂଆଦିଲ୍ଳୀ,୨୭।୧୨: ୨୦୧୪ ଜାନୁଆରୀ ୩ରେ ଡ. ମନମୋହନ ସିଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶେଷ ପ୍ରେସ୍‌ କନ୍‌ଫରେନ୍ସରେ କରିଥିଲେ। ୧୦୦ରୁ ଅଧିକ ଖବରଦାତା ଏହି ପ୍ରେସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri