Categories: ଜାତୀୟ

ମୋଦିଙ୍କ କ୍ୟାବିନେଟରେ ଦେଖିବାକୁ ମିଳିବ ମହାରାଷ୍ଟ୍ର ଇଫେକ୍ଟ

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଏବେ ଅଦଳବଦଳ ହେବାର ଅନୁମାନ କରାଯାଉଛି।ମନ୍ତ୍ରୀଙ୍କ ନୂଆ ତାଲିକା ଯେ କୌଣସି ସମୟରେ ଜାରି କରାଯାଇପାରେ। ଆଗାମୀ ଲୋକ ସଭା ନିର୍ବାଚନକୁ ଆଖି ଆଗରେ ରଖି ନୂଆ ନାମର ଏଣ୍ଟ୍ରି ହୋଇପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ କେତେକଙ୍କୁ ଛୁଟି ଦିଆଯାଇ ଦଳୀୟ କାମରେ ନିଯୁକ୍ତି କି କରାଯାଇପାରେ। ସୂଚନାଯୋଗ୍ୟ, ଗତଥର ୨୦୨୧ରେ ମୋଦି ମନ୍ତ୍ରିମଣ୍ଡଳରେ ଅଦଳବଦଳ ହୋଇଥିଲା, ସେତେବେଳେ ୪୩ ମନ୍ତ୍ରୀ ଶପଥ ନେଇଥିଲେ।

ନୂଆ ପରିବର୍ତ୍ତନରେ କାହାର ଏଣ୍ଟ୍ରି ହେବ ଆଉ କିଏ ଆଉଟ ହେବେ ଏହାକୁ ନେଇ ଅନୁମାନ କରାଯାଉଛି। ସବୁଠାରୁ ଅଧିକ ଚର୍ଚ୍ଚା ମହାରାଷ୍ଟ୍ରକୁ ନେଇ କରାଯାଉଛି, ଯାହାକୁ ନେଇ ରାଜନୀତି ଏବେ ବେଶ ସରଗରମ ହୋଇଛି। ମୋଦି କ୍ୟାବିନେଟରେ ବି ଏହାର ଇଫେକ୍ଟ ଦେଖିବାକୁ ମିଳିବ ବୋଲି ସଙ୍କେତ ମିଳିବ।

Share