Posted inଜାତୀୟ

ୟୁରେସିଆ-ଏସିଆରେ ଶାନ୍ତି ପାଇଁ ଆହ୍ବାନ ଦେଲେ ମୋଦି

ଭିଏଣ୍ଟିଆନ,୧୧।୧୦: ଏସିଆନ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଓସ ଗସ୍ତରେ ଅଛନ୍ତି। ଶୁକ୍ରବାର ତାଙ୍କର ଭ୍ରମଣର ଦ୍ୱିତୀୟ ଦିନ। ଏସିଆନ-ଇଣ୍ଡିଆ ଶିଖର ସମ୍ମିଳନୀ ସହିତ ଭିଏଣ୍ଟିଆନରେ ମଧ୍ୟ ପୂର୍ବ ଏସିଆ ସମ୍ମିଳନୀ ଆୟୋଜିତ ହେଉଛି । ପୂର୍ବ ଏସିଆ ସମ୍ମିଳନୀରେ ଟାଇଫୁନ ୟାଗୀରେ ପ୍ରାଣ ହରାଇଥିବା ଲୋକଙ୍କୁ ଭାରତୀୟ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି। ଏଥିସହ ବିଶ୍ୱର ବିଭିନ୍ନ ଭାଗରେ ଚାଲିଥିବା ସଂଘର୍ଷର ଗ୍ଲୋବାଲ ସାଉଥ ଦେଶ ଉପରେ ସର୍ବାଧିକ ନକାରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ୟୁରେସିଆ ଏବଂ ପଶ୍ଚିମ ଏସିଆରେ ଶାନ୍ତି ଏବଂ ସ୍ଥିରତା ଆଣିବାକୁ ଆହ୍ବାନ ଦେଇଛନ୍ତି।
ଉନବିଂଶ ପୂର୍ବ ଏସିଆ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯୁଦ୍ଧକ୍ଷେତ୍ରରୁ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସମଗ୍ର ଅଞ୍ଚଳର ବିକାଶ ପାଇଁ ଏକ ମୁକ୍ତ, ଖୋଲା, ଅନ୍ତର୍ଭୂକ୍ତ, ସମୃଦ୍ଧ ଏବଂ ନିୟମ ଆଧାରିତ ଇଣ୍ଡୋ-ପାସିଫିକ ଜରୁରୀ ଅଟେ। ସେ କହିଛନ୍ତି ଯେ ଦକ୍ଷିଣ ଚାଇନା ସାଗରରେ ଶାନ୍ତି, ନିରାପତ୍ତା ଏବଂ ସ୍ଥିରତା ସମଗ୍ର ଇଣ୍ଡୋ-ପାସିଫିକର ହିତରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଭଳି ଜମ୍ମୁ କଶ୍ମୀରରେ ଉପୁଜିବ କି ମତଭେଦ? ସରକାରଙ୍କ ସହ ତାଳମେଳକୁ ନେଇ ଏମିତି କହିଲେ ଏଲ୍‌ଜି ମନୋଜ ସିହ୍ନା

ଶ୍ରୀନଗର,୧୬।୧୦: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଉମର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏମିତିରେ ରାଜ୍ୟରେ କ’ଣ ଦିଲ୍ଲୀ ଭଳି...

କିଏ ସେ ସୁରିନ୍ଦର ଚୌଧୁରୀ? ଯାହାକୁ ଉପମୁଖ୍ୟମନ୍ତ୍ରୀ କଲା ଉମର ସରକାର.. ଭାଜପାର ତୁଙ୍ଗ ନେତାଙ୍କୁ କରିଥିଲେ ପରାଜିତ

ଶ୍ରୀନଗର,୧୬।୧୦: ଜମ୍ମୁ-କଶ୍ମୀରରେ ନୂଆ ସରକାର ଗଠନ ହୋଇଛି। ବୁଧବାର ନ୍ୟାଶନାଲ କନ୍‌ଫରେନ୍ସର ନେତା ଉମର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହିଭଳି ନୌସେରାରୁ ବିଧାୟକ...

ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଲେ କେନ୍ଦ୍ର ସରକାର, ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୬।୧୦: ଆଜି କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଦେଶର ପ୍ରାୟ ଏକ କୋଟି ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି କରାଯାଇଛି...

ହୋଇଗଲା ନିଷ୍ପତ୍ତି: ନାୟବ ସିଂ ସାଇନି ହେବେ ହରିୟାଣାର ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୬।୧୦: ଭାଜପା ହରିୟାଣାରେ ବିଧାୟକ ଦଳର ନେତା ଚୟନ କରିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ନାୟବ ସିଂ ସାଇନି...

ହେଜବୋଲ୍ଲାର ପେଜରଠାରୁ ଅଧିକ ଶକ୍ତିଶାଳୀ ଇଭିଏମ୍‌, କଂଗ୍ରେସର ଦାବିକୁ ନେଇ ଏମିତି କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୧୬।୧୦: ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କଂଗ୍ରେସ ନେତା ରସିଦ ଅଲଭି ମଙ୍ଗଳବାର ବାଲାଟ ପେପର ମାଧ୍ୟମରେ ଭୋଟ ଦେବାକୁ...

ଜମ୍ମୁ-କଶ୍ମୀରକୁ ମିଳିଲା ପ୍ରଥମ ମୁଖ୍ୟମନ୍ତ୍ରୀ

ଶ୍ରୀନଗର,୧୬।୧୦: ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ସରକାର ବୁଧବାର ଶପଥ ଗ୍ରହଣ କରିଛନ୍ତି। ଓମାର ଅବଦୁଲ୍ଲା କଶ୍ମୀରର ଇଣ୍ଟର ନ୍ୟାଶନାଲ କନଭେନଶନ ସେଣ୍ଟରରେ ପ୍ରଥମ...

ବାବା ସିଦ୍ଦିକୀ ହତ୍ୟାକାଣ୍ଡ: ୟୁଟ୍ୟୁବ ଦେଖି ଗୁଳି ଚଳାଇବା ଶିଖିଥିଲେ ଅଭିଯୁକ୍ତ

ମୁମ୍ବାଇ,୧୬।୧୦: ଶନିବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଭେଟେରାନ ଏନସିପି ନେତା ଅଜିତ ପାୱାର ଗ୍ରୁପର ବାବା ସିଦ୍ଦିକୀଙ୍କୁ ଗୁଳି କରି ହତ୍ୟା...

ଯେବେ ମେଜର ଜେନରାଲଙ୍କ ଝିଅଙ୍କୁ ଭଲପାଇ ବସିଥିଲେ ଓମାର ଅବଦୁଲ୍ଲା, କୋର୍ଟରେ ପହଞ୍ଚିଥିଲା ମାମଲା…

ନୂଆଦିଲ୍ଲୀ,୧୬।୧୦: ନ୍ୟାଶନାଲ କନଫରେନ୍ସର ନେତା ଓମାର ଅବଦୁଲ୍ଲା ଆଜି ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ୫୪ ବର୍ଷୀୟ ଅବଦୁଲ୍ଲା ଦ୍ୱିତୀୟ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri