Categories: ଜାତୀୟ

ଟେଡ୍ରୋସ୍‌ଙ୍କୁ ‘ତୁଲସୀ ଭାଇ’ କହିଲେ ମୋଦି

ନୂଆଦିଲ୍ଲୀ, ୨୧ା୪: ଗୁଜରାଟର ଗାନ୍ଧୀନଗରରେ ୩ ଦିନିଆ ଗୋବ୍ଲାଲ ଆୟୁଷ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ଇନୋଭେଶନ ସମିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେଉଥିବାବେଳେ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ୍‌ ଘେବ୍ରେୟସ୍‌ଙ୍କୁ ‘ତୁଲସୀ ଭାଇ’ ଡାକିଥିଲେ। ଏହି ଅବସରରେ ମୋଦି କହିଥିଲେ, ଟେଡ୍ରୋସ୍‌ ତାଙ୍କର ଜଣେ ଭଲ ବନ୍ଧୁ। ଭାରତୀୟ ଶିକ୍ଷକଙ୍କଠାରୁ ସେ ଶିକ୍ଷା ପାଇଥିବା କାରଣରୁ ସେ ଏହି ସଫଳତା ଉପଲବ୍ଧି କରିଛନ୍ତି ବୋଲି ଟେଡ୍ରୋସ୍‌ ସବୁବେଳେ କହିଥାନ୍ତି। ଆଜି ସେ ଜଣେ ପକ୍କା ଗୁଜରାଟୀ ପାଲଟିଛନ୍ତି ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ କହିବା ସହ ତାଙ୍କ ପାଇଁ କିଛି ନାଁ ବାଛିଛନ୍ତି କି ବୋଲି ପ୍ରଶ୍ନ କରିଥିଲେ। ତେଣୁ ତାଙ୍କ ନାଁ ଗୁଜରାଟୀ ଢଙ୍ଗରେ ‘ତୁଲସୀ ଭାଇ’ ରଖିଥିବା ମୋଦି କହିଥିଲେ। ତୁଳସୀ ଭଳି ଗଛକୁ ଏବେର ପିଢ଼ୀ ଭୁଲି ଗଲେଣି। ପିଢ଼ି ପରେ ପିଢ଼ି ତୁଳସୀକୁ ପୂଜା କରିଆସୁଛନ୍ତି। ଏବେଠୁ ତୁଳସୀ ଆମ ଗହଣରେ ସାମିଲ ହୋଇଥିବା ମୋଦି ଟେଡ୍ରୋସ୍‌ଙ୍କ ଉଦ୍ଦେଶ୍ୟରେ କହିଥିଲେ।

Share