Categories: ଜାତୀୟ

ଏହି ନେତାଙ୍କୁ ହଠାତ୍‌ ଫୋନ୍‌ କଲେ ମୋଦି: ଆଉ ତା’ପରେ ମିଳିଲା ଖୁସିଖବର

ଅଗରତାଲା,୨୯।୭: ତ୍ରିପୁରାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବ ବର୍ମା ତେଲଙ୍ଗାନାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି। ତ୍ରିପୁରାରୁ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ରାଜ୍ୟର ରାଜ୍ୟପାଳ ହୋଇଛନ୍ତି। ଦେବ ଭର୍ମା ଗତ ବର୍ଷ ସିପାହିଜାଲା ଜିଲାର ଚାରିଲାମରୁ ବିଧାନସଭା ନିର୍ବାଚନରେ ହାରିଯାଇଥିଲେ। ତେବେ ରାଜ୍ୟପାଳ ହେବାକୁ ନେଇ ଏକ ରୋଚକ ଖୁଲାସା କରିଛନ୍ତି ଦେବ ବର୍ମା।
ଜିଷ୍ଣୁ ଦେବ ଭର୍ମା ଗଣମାଧ୍ୟମକୁ କହିଛନ୍ତି, ପିଏମ ମୋଦି ମୋତେ ହଠାତ୍‌ ଫୋନ କରିଥିଲେ। ସେପର୍ଯ୍ୟନ୍ତ ମୋର କୌଣସି ଧାରଣା ନ ଥିଲା ଯେ ମୋତେ ତେଲଙ୍ଗାନାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯିବ। ସେ (ପିଏମ ମୋଦି) ମୋତେ କହିଥିଲେ ଯେ ମୋତେ ତ୍ରିପୁରା ବାହାରେ ନିଯୁକ୍ତି ଦିଆଯିବ। ମୁଁ କହିଲି ଯେ ମୋତେ ଯାହା ଦାୟିତ୍ୱ ଦିଆଯିବ, ତାହା ପାଇଁ ମୁଁ ପ୍ରସ୍ତୁତ ଅଛି।
ଦେବ ବର୍ମା ଆହୁରି କହିଛନ୍ତି, କିଛି ଘଣ୍ଟା ପରେ, ମୁଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କଠାରୁ ଏକ କଲ ପାଇଲି। ସେ ମୋତେ ତେଲଙ୍ଗାନାକୁ ସ୍ବାଗତ କରିଥିଲେ। ସେତେବେଳେ ମୁଁ ଜାଣିବାକୁ ପାଇଲି ଯେ ମୁଁ ତେଲଙ୍ଗାନାର ନୂତନ ରାଜ୍ୟପାଳ ଭାବରେ ଯାଉଛି। ମୁଁ ଜୁଲାଇ ୩୧ରେ ତେଲଙ୍ଗାନାରେ ପହଞ୍ଚି ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିବି।ଏହାପୂର୍ବରୁ ମୁଁ ଉପମୁଖ୍ୟମନ୍ତ୍ରୀ ଭାବରେ ମୋର କର୍ତ୍ତବ୍ୟ ପାଳନ କରିଥିଲି, ଯାହା ଏକ ରାଜନୈତିକ ପଦବୀ ଥିଲା। ବର୍ତ୍ତମାନ ମୁଁ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରିବାକୁ ଯାଉଛି। ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବି, ଯାହାଫଳରେ ସମ୍ବିଧାନ ସଠିକ ଭାବରେ କାର୍ଯ୍ୟକାରୀ ହେବ।୍‌

Share