Categories: ଜାତୀୟ

ପୁଟିନ୍‌ଙ୍କୁ ଫୋନ୍‌ କଲେ ମୋଦି…

ନୂଆଦିଲ୍ଲୀ,୨୪।୮: ଆଫଗାନିସ୍ତାନ ସଙ୍କଟକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କ ସହିତ ମଙ୍ଗଳବାର ମଧ୍ୟାହ୍ନରେ ଫୋନ୍‌ରେ କଥାବାର୍ତ୍ତା ହୋଇଛନ୍ତି। ଦୁହିଁଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ୍‌ ଆଲୋଚନା ହୋଇଥିଲା। ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ସମସ୍ୟା ଉପରେ ଦୁଇ ନେତା ବିସ୍ତୃତ ଭାବେ କଥା ହୋଇଥିବା କୁହାଯାଉଛି। ସମ୍ପ୍ରତି ବିଭିନ୍ନ ଦେଶ ଆଫଗାନିସ୍ତାନରେ ରହିଥିବା ନିଜ ନିଜ ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଫେରାଇ ନେବା ଅଭିଯାନ ଜାରି ରଖିଛନ୍ତି। ଭାରତ ପକ୍ଷରୁ ମଧ୍ୟ ଭାରତୀୟଙ୍କୁ ଏୟାର ଲିଫ୍ଟ କରାଯାଉଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଆଫଗାନିସ୍ତାନ ସଙ୍କଟ ନେଇ ଜର୍ମାନ ଚାନ୍ସଲର୍‌ ଏଞ୍ଜେଲା ମର୍କେଲଙ୍କ ସହିତ କଥାବାର୍ତ୍ତା ହୋଇ ସାରିଛନ୍ତି। କାବୁଲ ବିମାନ ବନ୍ଦରରେ ଜାରି ରହିଥିବା ଉଦ୍ଧାର କାର୍ଯ୍ୟ ସମସ୍ତ ଦେଶର ସହଯୋଗକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ ମଧ୍ୟରେ ଏଭଳି ଆଲୋଚନା ଜାରି ରହିଛି।

Share