Categories: ଜାତୀୟ

ଅଧା ରାତିରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ କାଶୀ ରାସ୍ତାରେ ବାହାରିଲେ ମୋଦି

ବାରାଣସୀ,୧୪ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ସଡ଼କରେ ଚାଲି ଚାଲି ଯାଇ ପ୍ରମୁଖ ବିକାଶ କାର୍ଯ୍ୟର ନିରିକ୍ଷଣ କରିଛନ୍ତି । ଏହାସହ ମୋଦି କହିଛନ୍ତି ଏହି ପବିତ୍ର ସହରର ସର୍ବୋତ୍ତମ ବିକାଶ ଆମ ସରକାରର ପ୍ରୟାସ । ରାତି ପ୍ରାୟ ୧୨ଟା ୫୨ରେ ସେ ଟୁଇଟ୍ କରି କହିଛନ୍ତି କାଶୀରେ ପ୍ରମୁଖ ବିକାଶ କାର୍ଯ୍ୟର ନିରିକ୍ଷଣ କରାଗଲା । ଏହି ପବିତ୍ର ସହରର ସର୍ବୋତ୍ତମ ଉନ୍ନତି ଆମ ସରକାରଙ୍କ ଲକ୍ଷ୍ୟ । ଅଧା ରାତିରେ ଏହି ନିରିକ୍ଷଣ ସମୟରେ ମୋଦିଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଥିଲେ । ଏହି ସମୟରେ ମୋଦିଙ୍କୁ ଅଭିବାଦନ ଜଣାଇବାକୁ ଅପେକ୍ଷା ରଖିଥିବା ସାଧାରଣ ଜନତାଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ ।

Share