ନୂଆଦିଲ୍ଲୀ,୧୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଗନୟାନ ମିଶନ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ସମୟରେ ସେ ବୈଜ୍ଞାନିକମାନଙ୍କୁ କହଛନ୍ତି, ୨୦୪୦ ସୁଦ୍ଧା ଚନ୍ଦ୍ରକୁ ଜଣେ ବ୍ୟକ୍ତିଙ୍କୁ ପଠାଇବା ଏବଂ ୨୦୩୫ସୁଦ୍ଧା ଏକ ସ୍ପେସ ଷ୍ଟେଶନ ସ୍ଥାପନ କରିବା ପାଇଁ ଭାରତ ଲକ୍ଷ୍ୟ କରିବା ଉଚିତ୍। ପ୍ରଧାନମନ୍ତ୍ରୀ ମୋଦୀ ବୈଜ୍ଞାନିକମାନଙ୍କୁ ନୂତନ ଲକ୍ଷ୍ୟରେ ଶୁକ୍ର ଅର୍ବିଟର୍ ମିଶନ ଏବଂ ମଙ୍ଗଳ ଲ୍ୟାଣ୍ଡର ଉପରେ କାର୍ଯ୍ୟ କରିବାକୁ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ଗଗନୟାନ ମିଶନ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ମହାକାଶ ବିଭାଗ ମିଶନର ଏକ ବିସ୍ତୃତ ସମୀକ୍ଷା ଉପସ୍ଥାପନ କରିଥିଲା, ଯେଉଁଥିରେ ମାନବ-ମାନ୍ୟତା ପ୍ରାପ୍ତ ଲଞ୍ଚ ଯାନ ଏବଂ ସିଷ୍ଟମ ଯୋଗ୍ୟତା ଭଳି ବିକଶିତ ବିଭିନ୍ନ ପ୍ରଯୁକ୍ତିବିଦ୍ୟା ସାମିଲ।