Categories: ଜାତୀୟ

ବିଜୟର ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ,୭।୧୧: ଭାଜପାର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବଚନ ସମ୍ପର୍କରେ ଦଳର କର୍ମୀଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦଳ ସାଧାରଣ ଲୋକଙ୍କ ବିଶ୍ୱାସର ସେତୁ ହେବା ଉଚିତ୍‌। ସେ ଜନସାଧାରଣଙ୍କ ସେବାକୁ ସବୁଠାରୁ ବଡ ପୂଜା ବୋଲି ବର୍ଣ୍ଣନା କରିଥିଲେ। ଭାଜପା ଏକ ପରିବାର ଭିତ୍ତିକ ଦଳ ନୁହେଁ। ସେବା, ନିଷ୍ଠା ଏବଂ ଉତ୍ସର୍ଗୀକୃତ ହେଉଛି ଏହାର ମୂଲ୍ୟ ବୋଲି ମୋଦି କର୍ମୀଙ୍କୁ କହିଛନ୍ତି।
ଏହି ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି, ଦଳର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକର ଶେଷ ଭାଷଣରେ ପ୍ରଧାନମନ୍ତ୍ରୀ ଆଗାମୀ ଦିନରେ ଭାଜପାର ରଣନୀତି ପ୍ରସ୍ତୁତ କରିବାକୁ ସମସ୍ତ କର୍ମୀଙ୍କୁ ଏକ ବଡ଼ ମନ୍ତ୍ର ଦେଇଛନ୍ତି। ସର୍ବଦା ସାଧାରଣ ଲୋକଙ୍କ ସହ ଜଡିତ ଥିବାରୁ ଭାଜପା ଆଜି ଏହି ସ୍ଥିତିରେ ପହଞ୍ଚିଛି। ତେଣୁ ଆଗାମୀ ଦିନରେ ଏହା ଜାରି ରଖିବାକୁ ସେ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଗୋଆ, ଉତ୍ତରପ୍ରଦେଶ, ମଣିପୁର ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତିମାନେ ଆସନ୍ତା ସମୟରେ ଭାଜପା ନିର୍ବାଚନ ସମ୍ପର୍କରେ ସମଗ୍ର ପ୍ରସଙ୍ଗ ରଖିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ‘କମଲ ପୁଷ୍ପ’ ନାମକ ନମୋ ଆପରେ ପୁରୁଣା ପାର୍ଟି କର୍ମଚାରୀଙ୍କ ବିବରଣୀ ଦିଆଯିବ।

Share