Categories: ଜାତୀୟ

ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୨।୧୨: ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଭୂପେନ୍ଦ୍ର ପଟେଲ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଟୁଇଟ୍‌ ଯୋଗେ କହିଛନ୍ତି,ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ଭୁପେନ୍ଦ୍ର ଭାଇ ପଟେଲ ଜୀଙ୍କୁ ଅନେକ ଅନେକ ଅଭିନନ୍ଦନ। ମୁଁ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ଏହା ଏକ ଶକ୍ତିଶାଳୀ ଟିମ୍‌, ଯାହା ଗୁଜରାଟକୁ ନୂଆ ଉଚ୍ଚତାକୁ ନେଇଯିବ।
ସୋମବାର ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଭୁପେନ୍ଦ୍ର ପଟେଲ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହେଲିପ୍ୟାଡ ଗ୍ରାଉଣ୍ଡରେ ଆୟୋଜିତ ଏକ ସମାରୋହରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଭୁପେନ୍ଦ୍ର ପଟେଲଙ୍କୁ ରାଜ୍ୟର ୧୮ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।
ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପା ୧୮୨ଟି ଆସନ ମଧ୍ୟରୁ ୧୫୬ଟି ରେକର୍ଡ ହାସଲ କରିଛି। କଂଗ୍ରେସ ୧୭ଟି ଆସନ ଏବଂ ଆମ ଆଦମୀ ପାର୍ଟି (ଏଏପି) ୫ଟି ଆସନ ଜିତିଛି। ଗୁଜରାଟ ବିଧାନସଭା ନିର୍ବାଚନରେ ଏହା ଭାଜପାର କ୍ରମାଗତ ସପ୍ତମ ବିଜୟ।

Share