‘ଆର୍‌ଆର୍‌ଆର୍‌’ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୧।୧: ସୁପରହିଟ ଫିଲ୍ମ ‘ଆର୍‌ଆର୍‌ଆର୍‌’ ସମ୍ମାନଜନକ ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ ଜିତିଛି॥ ଏସଏସ ରାଜାମୌଲୀଙ୍କ ଏହି ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ଶ୍ରେଷ୍ଠ ଅରିଜନାଲ ଗୀତର ଆୱାର୍ଡ ମିଳିଛି। ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଫିଲ୍ମର ଏହି ସଫଳତା ପାଇଁ ସମଗ୍ର ଦେଶ ଗର୍ବିତ ଅନୁଭବ କରୁଛୀ। ବଲିଉଡକୁ ନେଇ ସାଉଥ ଇଣ୍ଡଷ୍ଟ୍ରିରେ ସେଲିବ୍ରେଶନର ମାହୋଲ ରହିଛି ଏବଂ ସମସ୍ତ ସେଲିବ୍ରିଟିମାନେ ଫିଲ୍ମର ସମସ୍ତ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ‘ଆରଆରଆର’ର ଏହି ସଫଳତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଟୁଇଟରେ ଲେଖିଛନ୍ତି, ଏକ ବିଶେଷ ସଫଳତା। ମୁଁ ‘ଆର୍‌ଆର୍‌ଆର୍‌’ର ପୂରା ଟିମ୍‌କୁ ଅଭିନନ୍ଦନ ଜଣାଉଛି। ଏହି ସମ୍ମାନଜନକ ପୁରସ୍କାର ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି।
ଜୁନିଆର୍‌ ଏନ୍‌ଟିଆର୍‌ ଓ ରାମ ଚରଣଙ୍କ ଅଭିନୀତ ଏହି ଗୀତ ଭାରତୀୟ ସିନେମା ପାଇଁ ଗର୍ବ ଆଣିଦେଇଛି। ଆର୍‌ଆର୍‌ଆର୍‌ ଫିଲ୍ମ ଦୁଇଟି କ୍ୟାଟେଗୋରୀ ପାଇଁ ଗୋଲ୍ଡେନ ଆୱାର୍ଡରେ ମନୋନୀତ ହୋଇଥିଲା। ଫିଲ୍ମ ‘ଆର୍‌ଆର୍‌ଆର୍‌’ ହିନ୍ଦୀ, ତାମିଲ, କନ୍ନଡ ଏବଂ ମାଲୟାଲମ ଭାଷାରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ବିଶ୍ୱବ୍ୟାପୀ ୧୨୦୦ କୋଟି ଟଙ୍କାର ବ୍ୟବସାୟ କରିଥିଲା।

Share