Categories: ଜାତୀୟ

ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ, ୧୨ା୪: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ ଯୋଗେ ସେ ଶେହବାଜଙ୍କୁ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି। ଭାରତ ଆତଙ୍କବାଦ ମୁକ୍ତ ଅଞ୍ଚଳରେ ସ୍ଥିରତା ଓ ଶାନ୍ତି ଚାହେଁ, ଯାହାଦ୍ୱାରା ବିକାଶ ଦିଗରେ ସୃଷ୍ଟ ଆହ୍ବାନ ଉପରେ ଧ୍ୟାନ ଦିଆଯାଇପାରିବ ଏବଂ ଲୋକଙ୍କ ହିତ ସୁନିଶ୍ଚିତ ହୋଇପାରିବ ବୋଲି ମୋଦି କହିଛନ୍ତି।

Share