Posted inଜାତୀୟ

କେଉଁ କଥାକୁ ନେଇ ନିଜର ହସ ଅଟକାଇ ପାରିଲେନି ମୋଦି

ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ ୭୨ ମନ୍ତ୍ରୀ ରବିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ, ଏପରି ଅନେକ ଘଟଣା ଘଟିଥିଲା ଯେତେବେଳେ ରାଜନେତାମାନେ ନିଜ ମଧ୍ୟରେ କଥାବାର୍ତ୍ତା ଏବଂ ଆଲୋଚନା କରିବା ସହିତ ହସୁଥିବାର ଦେଖାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜନାଥ ସିଂଙ୍କ ବାର୍ତ୍ତାଳାପ ପରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ରାଜନାଥ ସିଂଙ୍କୁ କିଛି କହିଥିଲେ ଯେ ଦୁହେଁ ହସିବାକୁ ଲାଗିଲେ।
ସୂଚନାଯୋଗ୍ୟ,ଏହି ଉତ୍ସବ ରାଷ୍ଟ୍ରପତି ଭବନ ମଞ୍ଚରେ ଆୟୋଜିତ ହୋଇଥିଲା। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବା ପରେ ଏକ ନମ୍ବରରେ ବସିଥିଲେ। ରାଜନାଥ ସିଂ ସେଠାରେ ବସିଥିଲେ ଏବଂ ତାଙ୍କ ପରେ ଅମିତ ଶାହା ଥିଲେ। ନିତିନ ଗଡକରୀ, ଜେପି ନଡ୍ଡା ଏବଂ ଶିବରାଜ ସିଂ ଚୌହାନ ସମାନ କ୍ରମରେ ବସିଥିଲେ। ତେବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଜନାଥ ସିଂଙ୍କ ମଧ୍ୟରେ ଏଭଳି ଏକ ଗୁପ୍ତ ବାର୍ତ୍ତାଳାପ ହୋଇଥିଲା, ଯାହା ପରେ ଉଭୟ ନେତାଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା।
ଯେତେବେଳେ ମନ୍ତ୍ରିମଣ୍ଡଳରେ ଅନ୍ତର୍ଭୁକ୍ତ ମନ୍ତ୍ରୀମାନେ ଜଣକ ପରେ ଜଣେ ଶପଥ ଗ୍ରହଣ କରିବାକୁ ମଞ୍ଚ ଆଡକୁ ଯାଉଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ରାଜନାଥ ସିଂଙ୍କୁ କିଛି କହିଥିଲେ ଏବଂ ରାଜନାଥ ସିଂ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କିଛି କହିଥିଲେ ଏବଂ ପରେ ଉଭୟେ ଖଉବ ହସିଥିଲେ। ଶପଥ ଗ୍ରହଣ ସମୟରେ କ୍ୟାମେରାରେ ଏଭଳି ଦୃଶ୍ୟ କଏଦ ହୋଇଥିଲା ଏବଂ ଦୁଇ ନେତାଙ୍କ ମଧ୍ୟରେ କ’ଣ ଘଟିଥିଲା ସେନେଇ ଲୋକମାନେ କଳ୍ପନା ଜଳ୍ପନା ଜାରି ରଖିଥିଲେ। ତେବେ ଉଭୟ ନେତାଙ୍କ ମୁହଁରେ ଥିବା ଖୁସି କହୁଥିଲା ଯେ ଆଜି ଏକ ବିଶେଷ ଦିନ ଏବଂ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ସଂକଳ୍ପ ନେଇଥାନ୍ତେ ତାହା ପୂରଣ ହୋଇଛି।
ସୂଚନାଯୋଗ୍ୟ, ମୋଦି ସରକାର ୩.୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୭୨ ମନ୍ତ୍ରୀଙ୍କ ସୈନ୍ୟବାହିନୀ ଦେଶର ସେବାରେ କାର୍ଯ୍ୟ କରିବେ। ଦେଶର ପ୍ରାୟ ସମସ୍ତ ରାଜ୍ୟରୁ ମନ୍ତ୍ରୀମାନେ ଏହି କ୍ୟାବିନେଟରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଉତ୍ତରପ୍ରଦେଶରୁ ସର୍ବାଧିକ ସଂଖ୍ୟକ ମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ସଂଖ୍ୟା ୯ ଥିବାବେଳେ ଦ୍ୱିତୀୟ ନମ୍ବରରେ ବିହାରର ୮ ନେତାଙ୍କୁ ମନ୍ତ୍ରୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜି ଥିଲେ ଘର ଲୋକେ, ପଡ଼ିଥାନ୍ତା ହାତଗଣ୍ଠି…ହେଲେ ହଳଦୀ ଉତ୍ସବ ଦିନ କାହିଁକି ପଙ୍ଖାରେ ଝୁଲି ପଡ଼ିଲେ ବରକନ୍ୟା?

ଲକ୍ଷ୍ନୌ,୨୨।୧୧: ୩ ବର୍ଷର ପ୍ରେମସମ୍ପର୍କ। ପରିବାର ଲୋକେ ରାଜି ହେବା ପରେ ବିବାହର ଦିନ ସ୍ଥିର ହୋଇଥିଲା। ଆଉ ଦି ଦିନ ପରେ ପଡ଼ିଥିଲା ହାତଗଣ୍ଠି।...

ବିଶେଷଜ୍ଞଙ୍କ ବଡ଼ ଆକଳନ, ମହାରାଷ୍ଟ୍ରରେ ଏହି ଦଳ କରିବ ରାଜ୍‌!

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ସି-ଭୋଟର ପ୍ରତିଷ୍ଠାତା ୟଶୱନ୍ତ ଦେଶମୁଖ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏ ବା ମହାୟୁତି...

ଏଥର ମହାରାଷ୍ଟ୍ର ଉଡାଇବ ହୋସ୍‌, ଜଣାପଡିଲା ଅସଲ ଖେଳ!

ନୂଆଦିଲ୍ଲୀ,୨୨।୧୧: ରାତି ପାହିଲେ ମହାରାଷ୍ଟ୍ର-ଝାଡଖଣ୍ଡର ଆସିବ ରେଜଲ୍ଟ। ଏନେଇ ଏବେଠାରୁ ନେତାଙ୍କ ଛାତି ଧକ୍‌ ଧକ୍‌ ହେଲାଣି। ସେପଟେ ନୂଆ ନୂଆ ଆସିଥିବା ଏକଜିଟ୍‌ ପୋଲ୍‌...

ମଣିପୁରରେ ହିଂସା ମଧ୍ୟରେ ବଡ଼ ଖୁଲାସା: ୧୫ ରୁ ୨୦ ବର୍ଷର ଯୁବତୀଙ୍କୁ ଦିଆଯାଉଛି ଅସ୍ତ୍ରଶସ୍ତ୍ର ଚଳାଇବାର ଟ୍ରେନିଂ 

ଇମ୍ଫାଲ,୨୨।୧୧: ପୁଣି ଥରେ ହିଂସାର ନିଆଁରେ ଜଳୁଛି ମଣିପୁର। ନିକଟରେ ମେଟେଇ ସମ୍ପ୍ରଦାୟର ମହିଳା ଏବଂ ଶିଶୁଙ୍କ ମୃତଦେହ ମିଳିବା ପରେ ରାଜ୍ୟରେ ହିଂସା ଆରମ୍ଭ...

ରେଜଲ୍ଟ ପୂର୍ବରୁ ଝାଡଖଣ୍ଡରେ ହୋଇଗଲା ଭିତିରିଆ ଖେଳ!

ରାଞ୍ଚି,୨୨।୧୧: ଆଜି ରାତି ପାହିଲେ ଝାଡଖଣ୍ଡ-ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପ୍ରକାଶ ପାଇବ। ରାଜ୍ୟରେ ୮୧ଟି ଆସନରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି। ଏଠାରେ ଭାଜପା...

ମହାରାଷ୍ଟ୍ରରେ ବଡ଼ ଓଲଟପାଲଟ! ଫଳାଫଳ ପୂର୍ବରୁ ଚମକାଇଲା ଆଉ ଏକ ଏକଜିଟ୍‌ ପୋଲ୍‌

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରର ମହାଯୁଦ୍ଧକୁ ନେଇ ରାଜନୀତି ସରଗରମ ରହିଛି। ଯଦି ଭାଜପା-ଶିବସେନା ଏବଂ ଏନସିପି ନେତୃତ୍ୱରେ ମହାୟୁତି ସରକାର ଗଠନ ହୁଏ, ତେବେ ମୁଖ୍ୟମନ୍ତ୍ରୀ କିଏ...

ଫଳାଫଳ ପୂର୍ବରୁ ପୋଷ୍ଟର ରାଜନୀତି: ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସଜେଇ ଦେଲେ

ପୁଣେ,୨୨।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର ଫଳାଫଳ ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୩ରେ ପ୍ରକାଶ ପାଇବ। ଏହା ପୂର୍ବରୁ ପୋଷ୍ଟର ରାଜନୀତି ଆରମ୍ଭ ହୋଇଛି। ଫଳାଫଳର ଗୋଟିଏ...

ଆମେ ଦିଲ୍ଲୀ ସରକାରଙ୍କ ଜବାବରେ ସନ୍ତୁଷ୍ଟ ନାହୁଁ: ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨।୧୧: ଆଜିକାଲି ଦେଶର ରାଜଧାନୀ ପ୍ରଦୂଷିତ ହେବାରେ ଲାଗିଛି। ରାଜଧାନୀରେ ପ୍ରଦୂଷଣ ପ୍ରସଙ୍ଗରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ ଦିଲ୍ଲୀ ସରକାରଙ୍କ ଉତ୍ତର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri