ଥିରୁଭାନନ୍ତପୁରମ୍,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ରାଜ୍ୟରେ ଗଠନ ହୋଇଥିବା ନିର୍ବାଚିତ ସରକାରଙ୍କୁ ଭାଙ୍ଗୁଛନ୍ତି। ଏହା ଗଣତନ୍ତ୍ର ପାଇଁ ବିପଦ ବୋଲି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ରାହୁଲ କେରଳରେ ଏକ ସଭାରେ ଯୋଗଦେଇ ଏଭଳି କହିଛନ୍ତି। ସ୍ବାଧୀନ ଭାରତରେ ପ୍ରଥମ ଥର ପାଇଁ ନିର୍ବାଚନ ଜିଣିବାର ଅର୍ଥ ପରାଜୟ ବରଣ କରିବା କେବଳ ମୋଦିଙ୍କ ଯୋଗୁ ସମ୍ଭବ ହୋଇପାରିଛି। କେନ୍ଦ୍ର ସରକାର ନିଜ ଇଛା ଅନୁସାରେ ଶକ୍ତି ପ୍ରୟୋଗ କରି ନ୍ୟାୟପାଳିକା ସମେତ ଗଣତନ୍ତ୍ର ଅନ୍ୟ ସ୍ତମ୍ଭର ଉପଯୋଗ କରୁଥିବା ରାହୁଲ କହିଛନ୍ତି। ସେହିପରି କୌଣସି ପ୍ରସଙ୍ଗ ଉପରେ ମୋଦି ସରକାର ଲୋକ ସଭା ଅବା ରାଜ୍ୟ ସଭାରେ ଆଲୋଚନା କରିବାକୁ ଦେଉ ନାହାନ୍ତି। କେନ୍ଦ୍ର ସରକାର ସତ୍ୟର ସାମନା କରିବାକୁ ପଛାଉଥିବା ରାହୁଲ ଅଭିଯୋଗ କରିଛନ୍ତି।