Categories: ଜାତୀୟ

ଆଜି ଇଜିପ୍ଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ରାଜକୀୟ ଯାତ୍ରା ଶେଷ ହୋଇଛି। ବର୍ତ୍ତମାନ ମୋଦି ଜୁନ ୨୪ ଅର୍ଥାତ୍‌ ଶନିବାର ଆଫ୍ରିକୀୟ ଦେଶ ଇଜିପ୍ଟ ଗସ୍ତ କରିବେ। ଇଜିପ୍ଟ ଏବଂ ଭାରତ ହେଉଛି ଦୁଇଟି ପ୍ରାଚୀନ ସଭ୍ୟତା। ମିଶରର ନୂତନ ନାମ ହେଉଛି ଇଜିପ୍ଟ। ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ୨ ଦିନ ରାଜକୀୟ ଗସ୍ତରେ ରହିବେ। ଆଜି ସେ ୱାଶିଂଟନରୁ ଇଜିପ୍ଟ ଯିବେ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି।

Share