Categories: ଜାତୀୟ

ଡିପ୍‌ଫେକ୍‌କୁ ନେଇ ଚିନ୍ତାପ୍ରକଟ କଲେ ମୋଦି

ନୂଆଦିଲ୍ଲୀ,୨୨।୧୧: ଜି-୨୦ ଭର୍ଚୁଆଲ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଡିପ୍‌ଫେକ୍‌କୁ ନେଇ ସେ ଚିନ୍ତାପ୍ରକଟ କରିଛନ୍ତି। ସେ କହିଛନ୍ତି, ଏଆଇର ନକାରାତ୍ମକ ବ୍ୟବହାରକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢୁଛି। ଏଆଇର ବିଶ୍ୱସ୍ତରୀୟ ନିୟନ୍ତ୍ରଣ ଉପରେ ମିଳିତ ଭାବରେ କାର୍ଯ୍ୟ କରିବା ଉଚିତ। ସମାଜ ତଥା ବ୍ୟକ୍ତିବିଶେଷଙ୍କ ପାଇଁ ଏହା କେତେ ଗମ୍ଭୀର ତାହା ବୁଝି ଆମକୁ ଆଗକୁ ବଢିବାକୁ ପଡିବ। ଆସନ୍ତା ମାସରେ ଭାରତରେ ଗ୍ଲୋବାଲ ଏଆଇ ପାର୍ଟନରସିପ ସମ୍ମିଳନୀ ଆୟୋଜିତ ହେଉଛି, ମୁଁ ଆଶା କରୁଛି ସମସ୍ତେ ଏଥିରେ ସହଯୋଗ କରିବେ।
ଏହି ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ଏକବିଂଶ ଶତାବ୍ଦୀର ଦୁନିଆକୁ ଆଗକୁ ବଢିବାବେଳେ ଗ୍ଲୋବାଲ ସାଉଥକୁ ପ୍ରାଥମିକତା ଦେବାକୁ ପଡିବ। ଗ୍ଲୋବାଲ ସାଉଥ ଦେଶଗୁଡିକ ଏଭଳି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯେଉଁଥିପାଇଁ ସେମାନେ ଦାୟୀ ନୁହଁନ୍ତି। ବିକାଶ ଏଜେଣ୍ଡାକୁ ଆମର ସମ୍ପୂର୍ଣ୍ଣ ସମର୍ଥନ ଦେଉଛୁ।

Share